୩ ଦଶନ୍ଧି ମଧ୍ୟରେ ଦେଶର ଘଟିଥିବା ସବୁଠୁ ୭ ବଡ଼ ରେଳ ଦୁର୍ଘଟଣା, ୧୫୦୦ ଜଣ ହରାଇଛନ୍ତି ଜୀବନ

Published By : Prameya-News7 Bureau | June 17, 2024 IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ନ୍ୟୁ ଜଳପାଇଗୁଡ଼ିରେ ସୋମବାର ବଡ଼ ରେଳ ଦୁର୍ଘଟଣା ଘଟିଛି । ଏଠାରେ ଟ୍ରାକ୍‌ରେ ଛିଡ଼ା ହୋଇଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଏକ ମାଲବାହୀ ଟ୍ରେନ୍ ଧକ୍କା ଦେଇଥିଲା । ଦୁର୍ଘଟଣାରେ କାଞ୍ଚନଜଙ୍ଗା ଏକ୍ସପ୍ରେସର ଶେଷ ତିନୋଟି ବଗି ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୫କୁ ବଢିଥିବା ବେଳେ ୪୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ଏହି ରେଳ ଦୁର୍ଘଟଣାରେ ପରେ ଅନେକ ପ୍ରଶ୍ନ ଉଠୁଛି । ଗତ ବର୍ଷ ମଧ୍ୟ ଓଡ଼ିଶା ବାହାନଗାରେ ଭୟଙ୍କର ରେଳ ଦୁର୍ଘଟଣା ହୋଇଥିଲା । ଏଥିରେ ୨୯୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ ବି ଭାରତୀୟ ରେଳରେ ଯାତ୍ରା ଅନେକଙ୍କ ପାଇଁ ଶେଷ ହୋଇଛି । ତେବେ ଆସନ୍ତୁ ଜାଣିବା ଗତ ୩ ଦଶନ୍ଧିରେ ଘଟିଥିବା ୭ ବଡ଼ ରେଳ ଦୁର୍ଘଟଣା ବିଷୟରେ । 

  1. ୨୦୨୩ ଜୁନ୍ ୨ରେ ଓଡ଼ିଶାର ବାହାନଗାରେ ରେଳ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ୨୯୩ ଜଣଙ୍କ ପ୍ରାଣ ଯାଇଥିବା ବେଳେ ୧୦୦୦ରୁ ଅଧିକ ଜଣ ଏହି ଟ୍ରିଲପ୍ ଟ୍ରେନ ଦୁର୍ଘଟଣାରେ ଆହତ ହୋଇଥିଲେ । ଗତ ତିନି ଦଶନ୍ଧିରେ ଏହାଥିଲା ଦେଶର ସବୁଠୁ ବଡ଼ ରେଳ ଦୁର୍ଘଟଣା ।
  2. ୨୦୧୬ ନଭେମ୍ୱର ୨୦ରେ ଉତ୍ତର ପ୍ରଦେଶର କାନପୁରରେ ଇନ୍ଦୋର-ପାଟନା ଏକ୍ସପ୍ରେସ୍ ଲାଇନଚ୍ୟୁତ୍ ହୋଇଥିଲା । ଲାଇନଚ୍ୟୁତ୍ ହେଲା ବେଳେ ଟ୍ରେନଟି ଅଧିକ ଦ୍ରୁତ ବେଗରେ ଯାତ୍ରା କରୁଥିଲା । ଏହି ଦୁର୍ଘଟଣାରେ ୧୫୦ ଜଣଙ୍କ ମୃତ୍ୟୁ ହୋଇଥିଲା । 
  3. ୨୦୧୦ ମସିହାରେ ଜ୍ଞାନଶ୍ୱେରୀ ଏକ୍ସପ୍ରେସ୍ ଦୁର୍ଘଟଣାର ଶିକାର ହୋଇଥିଲା । ପଶ୍ଚିମବଙ୍ଗରେ ଏକ ମାଲବାହୀ ଗାଡ଼ି ସହ ଦୁର୍ଘଟଣା ଘଟିଥିଲା । ଏଥିରେ ପ୍ରାୟ ୧୪୬ ଜଣଙ୍କ ଯାତ୍ରୀଙ୍କ ଜୀବନ ଯାଇଥିଲା ।
  4. ୨୦୦୨ ମସିହାରେ କୋଲକାତା-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ ଧାବି ନଦୀକୁ ଖାସି ପଡ଼ିଥିଲା । ଯେଉଁଥିରେ ଅତି କିମରେ ୧୨୦ ଜଣଙ୍କ ମୃତ୍ୟୁ ହୋଇଥିଲା ।
  5. ୧୯୯୫ ମସିହାରେ ପଶ୍ଚିମବଙ୍ଗରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା । ଏଠାରେ ଦୁଇଟି ଟ୍ରେନ ଧକ୍କା ଦେବା ଫଳରେ ପ୍ରାୟ ୨୮୫ ଜଣଙ୍କ ମୃତ୍ୟୁ ହୋଇଥିଲା ।
  6. ୧୯୯୮ ମସିହାରେ ମଧ୍ୟ ଦେଶ ଦେଖିଥିଲା ଏକ ଲୋମହର୍ଷଣକାରୀ ଦୁର୍ଘଟଣା । ପଞ୍ଜାବରେ ଲାଇନଚ୍ୟୁତ୍ ହୋଇଥିଲା ସିଲଧ ଏକ୍ସପ୍ରେସ୍ । ଦୁର୍ଘଟଣା ଏତେ ବଡ଼ ଥିଲା ଯେ ଏଥିରେ ପ୍ରାୟ ୨୧୦ ଜଣ ପ୍ରାଣ ହରାଇଥିଲେ ।
  7. ୧୯୯୫ ମସିହାରେ କାଳିନ୍ଦୀ ଏକ୍ସପ୍ରେସ ଏବଂ ପୁରୁଷୋତ୍ତମ ଏକ୍ସପ୍ରେସ୍ ମଧ୍ୟରେ ଧକ୍କା ହୋଇଥିଲା । ଆଗ୍ରାର ଫିରୋଜାବାଦ ନିକଟରେ ହୋଇଥିବା ଏହି ଦୁର୍ଘଟଣାରେ ପ୍ରାୟ ୩୦୦ ଜଣଙ୍କ ଜୀବନ ଯାଇଥିଲା । 
  • Kanchanjungha Train Tragedy
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.