ହୁଟର, ସାଇରନ୍, ନାଲି ଓ ନୀଳ ବତୀ...ଭିଆଇପି କହି ରାସ୍ତାକୁ ଓହ୍ଲାଇଥିବା ୫୪୦୦ ଗାଡି ମାଲିକଙ୍କ କଟିଲା ଚାଲାଣ

Published By : Prameya-News7 Bureau | June 26, 2024 IST

ନୂଆଦିଲ୍ଲୀ ୨୬/୦୬: ନୋଏଡାରେ ପୋଲିସ୍ ଭିଆଇପି ଭାବେ ଯାଉଥିବା ଗାଡି ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୋଲିସ ଅଧିକାରୀ କହିଛନ୍ତି ଯେ ଭିଭିଆଇପି କଲଚର୍ ବିରୋଧରେ ଏକ ଅଭିଯାନ କରାଯାଇଥିଲା । ଏହି ଅବଧି ମଧ୍ୟରେ, ନୋଏଡା ଏବଂ ଗ୍ରେଟର ନୋଏଡାରେ ୫,୪୦୦ରୁ ଅଧିକ ଗାଡି ଚାଳକଙ୍କ ଚାଲାଣ କଟିଛି । 

ରିପୋର୍ଟ ଅନୁଯାୟୀ ଯାୟାୟତରେ ସୁଧାର ଆଣିବା ଏବଂ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ପୋଲିସ ଏକ ଅଭିଯାନ ଆରମ୍ଭ କରିଛି । ଏ ସମ୍ପର୍କରେ ଗୌତମ ବୁଦ୍ଧ ନଗର ପୋଲିସ କମିଶନର ୧୧ ରୁ ୨୫ ଜୁନ୍ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଥିଲା । ପୋଲିସ କମିଶନର ଲକ୍ଷ୍ମୀ ସିଂଙ୍କ ନିର୍ଦ୍ଦେଶରେ ଏହି ପଦକ୍ଷେପ ନିଆଯାଇଛି । 

ଡିସିପି (ଟ୍ରାଫିକ୍) ଅନିଲ କୁମାର ଯାଦବ କହିଛନ୍ତି ଯେ ଗାଡିରେ ନାଲି ଏବଂ ନୀଳ ରଙ୍ଗର ଲାଇଟ୍, ହୁଟର, ସାଇରନ୍ ଏବଂ ପୋଲିସ୍ ରଙ୍ଗ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ଏହି ଅଭିଯାନର ଉଦ୍ଦେଶ୍ୟ । ଏହା ବ୍ୟତୀତ କିଛି ଲୋକ ଗାଡିରେ ଜାତି ଏବଂ ସମ୍ପ୍ରଦାୟ ବିଷୟରେ ବି ଲେଖିଥିଲେ । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । 

ଚୁକ୍ତିଭିତ୍ତିକ ଯାନ ବ୍ୟତୀତ 'ୟୁପି ସରକାର' ଏବଂ 'ଭାରତ ସରକାର'ର ପ୍ରତୀକ ଥିବା ଗାଡି ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଟ୍ରାଫିକ ପୋଲିସ ବହୁ ପରିମାଣରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ପୋଲିସର ସୂଚନାନୁସାରେ, ହୁଟର, ସାଇରନ୍ ଏବଂ ନାଲି-ନୀଳ ଆଲୋକର ଅନଧିକୃତ ବ୍ୟବହାର ପାଇଁ ମୋଟ ୧,୬୦୪ ମାମଲା ପଞ୍ଜିକୃତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.