ଜଲିକଟ୍ଟୁ ପ୍ରତିଯୋଗିତା ବେଳେ ଅଘଟଣ; ଷଣ୍ଢ ଆକ୍ରମଣରେ ୭ ମୃତ, ୪୦୦ ଆହତ

Published By : Prameya-News7 Bureau | January 17, 2025 IST

ଚେନ୍ନାଇ: ତାମିଲନାଡ଼ୁ ଜଲିକଟ୍ଟୁ କାର୍ଯ୍ୟକ୍ରମ ବେଳେ ବଡ଼ ଅଘଟଣ । ମଦୁରାଇ ଏବଂ ଶିବଗଙ୍ଗା ଜିଲ୍ଲାରେ ପ୍ରତିଯୋଗିତା ସମୟରେ ୭ଜଣ ମୃତ୍ୟୁ ହୋଇଥିବା ବେଳେ ୪୦୦ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୬ଜଣ ଦର୍ଶକ ରହିଥିବା ବେଳେ ଜଣେ ପ୍ରତିଯୋଗୀ ରହିଛନ୍ତି । ଏମାନଙ୍କ ମଧ୍ୟରେ ୫ଜଣ ମଦୁରାଇ ଏବଂ ଶିବଗଙ୍ଗା ଅଞ୍ଚଳର ରହିଛନ୍ତି । 

ସୂଚନା ଅନୁଯାୟୀ, ଗୁରୁବାର ଦିନ ମଦୁରାଇ ଏବଂ ଶିବଗଙ୍ଗା ଜିଲ୍ଲାରେ ଜଲିକଟ୍ଟୁ କର୍ଯ୍ୟକ୍ରମ ସମୟରେ ଏହି ଅଘଟଣ ଘଟିଛି । ଷଣ୍ଢ ଦୌଡ଼ ବେଳେ ଦୁର୍ଘଟଣା ଘଟିଥିଲା । ଷଣ୍ଢ ଆକ୍ରମଣରେ ୭ଜଣଙ୍କ ମୃତ୍ୟୁ ହୋଇଛି । ମୃତଙ୍କ ମଧ୍ୟରେ ଜଣେ ପ୍ରତିଯୋଗୀ ରହିଥିବା ବେଳେ ୬ଜଣ ଦର୍ଶକ ରହିଛନ୍ତି । ଶିବଗଙ୍ଗା ଜିଲ୍ଲାର ଶିରବୟାୱଲ ମଞ୍ଜୁଭିରାଟୁ ପ୍ରତିଯୋଗିତା ବେଳେ ଷଣ୍ଢ ଆକ୍ରମଣର ଶିକାର ହୋଇଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେଠାରେ ଡାଙ୍କର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସେହିପରି ମଦୁରାଇ ଜିଲ୍ଲାରେ ଷଣ୍ଢ ଆକ୍ରମଣରେ ଜଣେ ଦର୍ଶକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଦୁଇଜଣ ମୃତକ ତାମିଲନାଡୁର ସେଣ୍ଟ୍ରାଲ ଜିଲ୍ଲାର ବାସିନ୍ଦା । 

କ୍ରୀଷ୍ଣଗିରି ଜିଲ୍ଲାର ୩୦ ବର୍ଷୀୟ ଏରୁଥୁ ଭିଡୁମ୍ ଭିଜା ଜଲିକଟ୍ଟୁ ପ୍ରତିଯୋଗିତାରେ ଷଣ୍ଢ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି । ସେହିପରି ସେଲମ ଜିଲ୍ଲାର ୪୫ ବର୍ଷୀୟ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ବିଭିନ୍ନ ସ୍ଥାନରେ ଜଲିକଟ୍ଟୁ କାର୍ଯ୍ୟକ୍ରମ ବେଳେ ପ୍ରାୟ ୪୦୦ଜଣ ଷଣ୍ଢ ଆକ୍ରମଣର ଶିକାର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।..        

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.