ନୂଆଦିଲ୍ଲୀ: ଅଷ୍ଟମ ବେତନ ଆୟୋଗ ଗଠନ ନେଇ ମଞ୍ଜୁରି । ଗୁରୁବାର କେନ୍ଦ୍ର କ୍ୟାବିନେଟ ବୈଠକରେ ସହମତି ପ୍ରକାଶ ପରେ ସୂଚନା ଦେଇଛନ୍ତି କେନ୍ଦ୍ର ଅଶ୍ବିନୀ ବୈଷ୍ଣବ । ଅଷ୍ଟମ ବେତନ ଲାଗୁ ହେଲେ ପ୍ରାୟ ୪୮.୬୭ ଲକ୍ଷ କେନ୍ଦ୍ର କର୍ମଚାରୀ ଏବଂ ୬୭.୯୫ ଲକ୍ଷ ପେନସନଧାରୀ ଉପକୃତ ହେବେ । ବର୍ତ୍ତମାନ ସମୟରେ ଦେଶରେ ସପ୍ତମ ବେତନ ଲାଗୁ ହୋଇଛି । ଏହାର ଅବଧି ୩୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ରହିଛି ।
କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସୂଚନା ଅନୁଯାୟୀ, ଅଷ୍ଟମ ବେତନ କମିଶନ ୨୦୨୬ ସୁଧା ନିଜର ରିପୋର୍ଟ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିବ । ଏହାକୁ କେନ୍ଦ୍ର ମନ୍ତ୍ରିମଣ୍ଡଳ ମଞ୍ଜୁରୀ ପ୍ରଦାନ କରିବା ପରେ ରାଜ୍ୟ ସରକାର, PSUଙ୍କ ପରାମର୍ଶ ନିଆଯିବ । ଏହା ସହିତ ଅଷ୍ଟମ ବେତନ କମିଶନର ଅଧ୍ୟକ୍ଷ ଏବଂ ଅନ୍ୟ ଦୁଇ ସଦସ୍ୟ ଚୟନ କରାଯିବ । ଏନେଇ ଖୁବ୍ ଶୀଘ୍ର ଘୋଷଣା ହୋଇପାରେ । ଏହାର କେନ୍ଦ୍ର ସରକାରଙ୍କ ବିଚାର ବିମର୍ଶ ପରେ ଦେଶରେ ଅଷ୍ଟମ ବେତନ କମିଶନ ଲାଗୁ କରିବେ ।
ପ୍ରତ୍ୟେକ ଦଶବର୍ଷରେ ନୂଆ ବେତନ ଆୟୋଗ
କେନ୍ଦ୍ର ସରକାର କର୍ମଚାରୀଙ୍କ ବେତନକୁ ସଂଶୋଧନ କରିବାକୁ ପ୍ରତି ଦଶ ବର୍ଷ ଥରେ ନୂଆ ବେତନ ଆୟୋଗ ଗଠନ କରି ପେ’ କମିଶନ ଲାଗୁ କରିଥାନ୍ତି । ସେହି ଅନୁଯାୟୀ, ୨୦୨୬ରେ ଦେଶରେ ସପ୍ତମ ବେତନ କମିଶନ ଲାଗୁ ହୋଇଛି । ଏହା ପୂର୍ବରୁ ୨୦୦୬ରେ ଷଷ୍ଠ ବେତନ କମିଶନ ଲାଗୁ ହୋଇଥିଲା । ଏବେ ସରକାରୀ କର୍ମଚାରୀ ପାଇଁ ଅଷ୍ଟମ ବେତନ ଆୟୋଗ ଗଠନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ୨୦୨୬ରେ ଏହି ଆୟୋଗ ନିଜ ରିପୋର୍ଟ କେନ୍ଦ୍ର ପ୍ରଦାନ କରିବା ପରେ ଅଷ୍ଟମ ବେତନ କମିଶନ ଲାଗୁ ହେବ ।
ବଢ଼ିବ ବେସିକ୍ ବେତନ ?
ଯଦି ଫିଟ୍ମେଣ୍ଟ ପ୍ୟାକ୍ଟରରେ କେନ୍ଦ୍ର ସରକାର ବେତନ ବଢ଼ାନ୍ତି ତେବେ ୨.୫୭ରୁ ଏହା ବୃଦ୍ଧି ପାଇ ୨.୮୬ ହୋଇଯିବ । ଫଳରେ ସରକାରୀ କର୍ମଚାରୀଙ୍କ ବେସିକ୍ ସାଲାରୀ ଜବରଦସ୍ତ ବୃଦ୍ଧି ପାଇବ । ଉଦାହରଣ ଦେଲେ- ଫିଟ୍ମେଣ୍ଟ ପ୍ୟାକ୍ଟରରେ ୨.୮୬ ହେଲେ, ସେହି ଅନୁଯାୟୀ, ସର୍ବନିମ୍ନ ସେବିକ୍ ସାଲାରୀ ୧୮ ହଜାର ଟଙ୍କାରୁ ବୃଦ୍ଧି ପାଇ ୫୧,୪୮୦ ହୋଇଯିବ । ସେହିପରି ପେନସନଧାରୀଙ୍କ ୯ ହଜାର ଭତ୍ତା ବଢ଼ି କରି ବେସିକ୍ ପେନସନ ୨୫,୭୪୦ ଟଙ୍କାରେ ପହଞ୍ଚିବ ।
ସପ୍ତମ ବେତନ ଲାଗୁ ହେବା ପରେ ସରକାରୀ କର୍ମଚାରୀଙ୍କ ସାଲାରୀ ବୃଦ୍ଧି ପାଇଥିଲା । ଫିଟ୍ମେଣ୍ଟ ପ୍ୟାକ୍ଟରରେ ଅନୁଯାୟୀ, ଏହା ୨.୫୭ ଗୁଣା ବେଶୀ ହୋଇଥିଲା । ଏଥିରେ ସରକାରୀ କର୍ମଚାରୀଙ୍କ ବେସିକ୍ ବେତନ ୭ ହଜାରରୁ ବୃଦ୍ଧି ପାଇ ୧୮ ହଜାର ଟଙ୍କା ହୋଇଥିଲା । ସେହିପରି ଷଷ୍ଠ ବେତନ କମିଶନ ଲାଗୁ ହେବା ବେଳେ ଫିଟ୍ମେଣ୍ଟ ପ୍ୟାକ୍ଟର ୧.୮୬ ଗୁଣା ବଢ଼ିଥିଲା ।