ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ: ୮ ମୃତ, ୧୨ ଗୁରୁତର, ପ୍ରଭାବରେ ଭୁଶୁଡ଼ିଲା ହୋଟେଲ୍‌, ଭାଙ୍ଗିଲା ଘର

Published By : Prameya-News7 Bureau | July 29, 2023 IST

କ୍ରୀଷ୍ଣାନଗର: ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ। ଏତେ ଭଯଙ୍କର ଥିଲା ଯେ ପାଖରେ ଥିବା ଏକ ହୋଟେଲ୍‌ ଭୁଶୁଡ଼ି ପଡ଼ିଲା। ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ଏକାଧିକ ଆହତ ହୋଇଛନ୍ତି। ତାମିଲନାଡୁର କ୍ରୃଷ୍ଣଗିରିରେ ଥିବା ବାଣ ଫ୍ୟାକ୍ଟ୍ରିରେ ଏହି ବିସ୍ଫୋରଣ ହୋଇଛି।

ଶନିବାର ସକାଳେ ଏହି ବିସ୍ଫୋରଣ ହେବାରୁ ଏଥିରେ ଏକ ହୋଟେଲ୍ ବିଲ୍ଡିଂ ଭୁଶୁଡ଼ି ପଡ଼ିଥିବା ବେଳେ ଆଉ କଛି ବିଲ୍ଡିଂରେ ଅଳ୍ପ କ୍ଷତିଗ୍ରସ୍ତ ହୋଇଛି। ଗୁରତର ଆହତ ହୋଇଥିବା ୧୨ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ପୁଲିସ କହିଛି।

ପଢ଼ନ୍ତୁ-ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଦୁଇ ବସ୍ ମୁହାଁମୁହିଁ ଧକ୍କା, ୭ ମୃତ

ବିସ୍ଫୋରଣ ପରେ ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚ ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିବା ସହିତ ବିଲ୍ଡିଂରେ ପାଉଁଶ ଗଦାରୁ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରୁଛି। ଘଟଣାରେ ପ୍ରତିକ୍ରିୟା ଦେଇ ଜିଲ୍ଲା କଲେକ୍ଟର କହିଛନ୍ତି ଯେ ବିସ୍ଫୋରଣର ପ୍ରଭାବ ଯୋଗୁ ଏକ ହୋଟେଲ କୋଠା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି। ଏବଂ ନିକଟସ୍ଥ ତିନି-ଚାରି ଘର ଆଂଶିକ ନଷ୍ଟ ହୋଇଯାଇଛି। ତେବେ ଏପର୍ଯ୍ୟନ୍ତ କେତେ ଲୋକ ଫସି ରହିଛନ୍ତି ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.