ଭୁବନେଶ୍ବର: ଓଡ଼ିଶା ହେବ ପୂର୍ବ ଭାରତ ଶ୍ରେଷ୍ଠ ନିବେଶ କ୍ଷେତ୍ର । ରାଜ୍ୟ ସୃଷ୍ଟି ହେବ ଅଧିକରୁ ଅଧିକ ନିଯୁକ୍ତି । ରାଜ୍ୟରେ ପ୍ରାୟ ୩୨ ହଜାର ୭୩୬ କୋଟି ନିବେଶକୁ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଉଚ୍ଚସ୍ତରୀୟ ଅନୁମୋଦନ କମିଟି ଏହାକୁ ମଞ୍ଜୁରି ପ୍ରଦାନ କରିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ୮ଟି ବଡ଼ ଶିଳ୍ପ ପ୍ରକଳ୍ପରେ ନିବେଶ ହେବ । ଏହି ଜିଲ୍ଲା ଗୁଡ଼ିକ ହେଲା ଖୋର୍ଦ୍ଧା, ଜଗତସିଂହପୁର, ଗଞ୍ଜାମ, ସମ୍ବଲପୁର, ଭଦ୍ରକ । ଏହା ଦ୍ବାରା ୧୮,୬୮୮ ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।
ଭାଙ୍ଗିଲା ବିଜେଡିର ସମସ୍ତ ସଂଗଠନ, ସୁପ୍ରିମୋଙ୍କ ଅନୁ...