ଛତିଶଗଡ଼ରେ ନକ୍ସଲପନ୍ଥୀଙ୍କ ରକ୍ତର ହୋଲି: ଜାଣନ୍ତୁ କେତୋଟି ବଡ଼ ଆକ୍ରମଣ ବିଷୟରେ

Published By : Prameya-News7 Bureau | January 06, 2025 IST

internet

ରାୟପୁର: ଛତିଶଗଡ଼ରେ ପୁଣି ରକ୍ତମୁହାଁ ନକ୍ସଲ। ରାଜ୍ୟ ସରକାର ଚଳାଇଥିବା ନକ୍ସଲ ଦମନ ଅଭିଯାନ ପ୍ରତିଶୋଧ ପରାୟଣ ହୋଇ ଯବାନଙ୍କ ଜୀବନ ନେଇଛନ୍ତି ନକ୍ସଲପନ୍ଥୀ। ଛତିଶଗ଼ଡ଼ ବିଜାପୁର ଜିଲ୍ଲାରେ ଆଇଡି ବିସ୍ଫୋରଣରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ସେଥିରେ ୮ ସହିଦ ଯବାନ ଥିବା ବେଳେ ଜଣେ ଡ୍ରାଇଭରଙ୍କ ଜୀବନ ଯାଇଛି। ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ବିଷ୍ଣୁ ଦେବ ସାଏଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ସୋସିଆଲ୍ ମିଡିଆରେ ଦୁଃଖ ପ୍ରକାଶ କରିଛନ୍ତି। 

ଓଡ଼ିଶା, ମହାରାଷ୍ଟ୍ର ଓ ଛତିଶଗଡ଼ରେ ନକ୍ସଲପନ୍ଥୀମାନେ ଉତପାତ କରୁଥିବା ବେଳେ ଓଡ଼ିଶାର ତତ୍‌କାଳୀନ ସରକାର ରାଜ୍ୟରେ ମାଓ ଦମନର ସଫଳ ହୋଇଥିଲେ। ବର୍ତ୍ତମାନ ଓଡ଼ିଶା ଓ ମହାରାଷ୍ଟ୍ରର ନକ୍ସଲ ଉତ୍‌ପାତ କମ ଥିବା ବେଳେ ଛତିଶଗଡ଼ରେ ତାଣ୍ଡବ ରଚୁଛନ୍ତି ନକ୍ସଲପନ୍ଥି। 

ଗତ ଦୁଇ ବର୍ଷ ମଧ୍ୟରେ ସୁରକ୍ଷା କର୍ମୀଙ୍କ ଉପରେ ନକ୍ସଲଙ୍କର ଏହା ସବୁଠାରୁ ବଡ଼ ଆକ୍ରମଣ। ଏହା ପୂର୍ବରୁ ୨୦୨୩ ଏପ୍ରିଲ ୨୬ ତାରିଖରେ ଦାନ୍ତେୱାଡ଼ା ଜିଲ୍ଲାରେ ଭୟଙ୍କର ଆକ୍ରମଣ କରିଥିଲେ ନକ୍ସଲବାଦୀ। ଏଥିରେ ୧୦ ପୁଲିସ କର୍ମୀଙ୍କ ସମେତ ଜଣେ ଡ୍ରାଇଭରଙ୍କ ଜୀବନ ଯାଇଥିଲା। ସେନା ଯବାନ ଯାଉଥିବା କନଭୟରେ ଏହି ଗାଡ଼ି ତଥିବା ବେଳେ ନକ୍ସଲ ଆଇଡି ବିଛାଇ ଗାଡ଼ି ଉଡ଼ାଇ ଦେଇଥିଲେ।ଏହିଭଳି ପୂର୍ବରୁ ମଧ୍ୟ ନକ୍ସଲପନ୍ଥୀମାନେ ଛତିଶଗଡ଼ରେ ଅନେକ ଭୟଙ୍କର ଆକ୍ରମଣ କରିଛନ୍ତି। ସଂକ୍ଷିପ୍ତରେ ସେଗୁଡ଼ିକ ଉପରେ ନଜର ପକାନ୍ତୁ।
୨୦୨୩ ଏପ୍ରିଲ ୨୬
ସେନା ଯବାନ ଯାଉଥିବା କନଭୟରେ ଯାଉଥିବା ପୁଲିସ ଗାଡ଼ିକୁ ଆଇଡି ବିସ୍ଫୋରଣ କରି ନକ୍ସଲପନ୍ଥୀମାନେ ଉଡ଼ାଇ ଦେଇଥିଲେ। ଦାନ୍ତେୱାଡ଼ା ଜିଲ୍ଲାରେ ହୋଇଥିବା ଏହି ଆକ୍ରମଣରେ ୧୦ ପୁଲିସ କର୍ମୀ ଓ ଜଣେ ଡ୍ରାଇଭର ମୋଟ ୧୧ ଜଣଙ୍କର ଜୀବନ ଯାଇଥିଲା।
ମାର୍ଚ୍ଚ ଓ ନଭେମ୍ବର ୨୦୨୦
ଛତିଶଗଡ଼ ସୁକମା ଜିଲ୍ଲୀରେ ଆଇଡି ବିସ୍ଫୋରଣ କରିବାରୁ ଏଥିରେ ଜଣେ ସିଆର୍‌ପିଏଫ୍ ଯବାନ ସହିଦ ହୋଇଥିଲେ ୯ କମାଣ୍ଡୋ ଆହତ ହୋଇଥିଲେ ନଭେମ୍ବର ୨୯ ତାରିଖରେ ଏହି ଆକ୍ରମଣ କରାଯାଇଥିଲା। ସେହିପରେ ମାର୍ଚ୍ଚ ୨୧ ତାରିଖରେ ମଧ୍ୟ ବଡ଼ ଧରଣର ଆକ୍ରମଣ କରିଥିଲେ ମାୱବାଦୀ। ସୁକମା ଜିଲ୍ଲାର ମିନପା ଅଞ୍ଚଳରେ ମାଓବାଦୀ ଆକ୍ରମଣରେ ୧୨ ଡିଆରଜି ଯବାନଙ୍କ ସମେତ ୧୭ ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଥିଲା। ଏମାନେ ଜଗି ରଖି ସେନା ଉପରେ ଆଟାକ କରିଥିଲେ। 
ଏପ୍ରିଲ୍ ୨୦୨୧
ବିଜାପୁର ଏବଂ ସୁକମା ଜିଲ୍ଲା ସୀମାରେ ଥିବା ତେରାମ ଜଙ୍ଗଲରେ ନକ୍ସଲଙ୍କ ସହ ଗୁଳି ବିନିମୟରେ ୨୦ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ। 
ମାର୍ଚ୍ଚ 2018
ସୁକମା ଜିଲ୍ଲାରେ ମାୱାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ଆଟାକ କରିଥିଲେ। ଆଇଡି ବିସ୍ଫୋରଣ କରିବାରୁ ୯ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ। 
୧୮ ଫେବୃଆରୀ ୨୦୧୮: ସୁକମା ଜିଲ୍ଲା ଭେଜି ଠାରେ ନକ୍ସଲପନ୍ଥୀଙ୍କ ସହି ଗୁଳି ମିନିମୟରେ ଛତିଶଗଡର ଦୁଇଜଣ ପୋଲିସ କର୍ମଚାରୀ ନିହତ ହୋଇଥିଲେ।
୨୪ ଏପ୍ରିଲ ୨୦୧୭: ସୁକମାରେ ମାଓବାଦୀଙ୍କୁ ଏନ୍‌କାଉଣ୍ଟର କରୁଥିବା ସମୟରେ ହୋଇଥିବା ଗୁଳିବିନିମୟରେ ୨୪ CRPF କର୍ମଚାରୀ ସହିଦ ହୋଇଥିଲେ
୧୨ ମାର୍ଚ୍ଚ ୨୦୧୭: ସୁକମା ମାଓ ଆକ୍ରମଣରେ ୧୨ ସିଆରପିଏଫ ଯବାନ ସହିଦ। 
୧୧ ମାର୍ଚ୍ଚ ୨୦୧୪: 
ସୁକମାରେ ମାୱାଦୀଙ୍କ ଆକ୍ରମଣରେ ୧୫ ସୁରକ୍ଷାକର୍ମୀ ସହିଦ।
୨୮ ଫେବ୍ରୁଆରୀ ୨୦୧୪: ଦାନ୍ତେୱାଡ଼ା ଜିଲ୍ଲାରେ ମାଓବାଦୀଙ୍କ ଆକ୍ରମଣରେ୬ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। 
୨୫ ମେ ୨୦୧୩: ଦର୍ଭା ଉପତ୍ୟକାରେ ମାଓବାଦୀ ଆକ୍ରମଣରେ ପୂର୍ବତନ ରାଷ୍ଟ୍ର ମନ୍ତ୍ରୀ ମହେନ୍ଦ୍ର କର୍ମାଙ୍କ ସମେତ କଂଗ୍ରେସ ଦଳର ୨୫ ନେତାଙ୍କ ମୃତ୍ୟୁ ହୋଇଥିଲା।
୨୯ ଜୁନ ୨୦୧୦: ନାରାୟଣପୁର ଜିଲ୍ଲାର ମାଓବାଦୀ ଆକ୍ରମଣରେ ୨୬ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ। 
୮ ମେ ୨୦୧୦: ଛତିଶଗଡ଼ ବିଜାପୁର ଜିଲ୍ଲାରେ ନକ୍ସଲମାନେ ବୁଲେଟ୍ ପ୍ରୁଫ୍ ଗାଡିରେ ବିସ୍ଫୋରଣ ଘଟାଇବା ପରେ ୮ ସିଆର୍‌ପିଏଫ୍ କର୍ମଚାରୀ ସହିଦ ହୋଇଥିଲେ। 
୬ ଏପ୍ରିଲ ୨୦୧୦: ମାଓବାଦୀମାନେ ଦାନ୍ତେୱାଡ଼ା ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ଉପରେ ଯୋଜନାବଦ୍ଧ ଭାବେ ଆଟାକ କରିଥିଲେ। ଏଥିରେ ୭୫ ଜଣ ସିଆର୍‌ପିଏଫ୍ କର୍ମଚାରୀଙ୍କୁ ସହିଦ ହୋଇଥିଲେ। 
୪ ସେପ୍ଟେମ୍ବର ୨୦୦୯: ବିଜାପୁର ଜିଲ୍ଲାରେ ମାୱବାଦୀମାନେ ୪ ଗ୍ରାମବାସୀଙ୍କୁ ହତ୍ୟା କରିଥିଲେ। 
୨୭ ଜୁଲାଇ ୨୦୦୯:  
ଦାନ୍ତେୱାଡ଼ା ଜିଲ୍ଲାରେ ଲ୍ୟାଣ୍ଡମାଇନ ବିଛାଇ ଆଟାକ କରିବାରୁ ୬ ସୁରକ୍ଷା କର୍ମୀ ସହିଦ ହୋଇଥିଲେ।
୧୮ ଜୁଲାଇ ୨୦୦୯: ବସ୍ତର ଜିଲ୍ଲାରେ ମାୱବାଦୀମାନେ ଜଣେ ଗ୍ରାମବାସୀଙ୍କୁ ହତ୍ୟା କରିଥିଲେ। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.