କଟକ: ଭୋଟ ବ୍ୟାଙ୍କ ପାଇଁ 5T ସ୍କୁଲର ପରିକଳ୍ପନା ହୋଇଥିଲା। ଶିକ୍ଷା ବ୍ୟବସ୍ଥାକୁ ନେଇ ପୂର୍ବ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେବଳ ହାଇସ୍କୁଲ ପାଇଁ 5T କାହିଁକି ? ପ୍ରାଥମିକ ବିଦ୍ୟାଳୟ ଗୁଡିକ 5Tରେ ସାମିଲ ହେଲାନି କାହିଁକି? ରାଣୀହାଟ ହାଇସ୍କୁଲ ଶତବାର୍ଷିକୀ ଅବସରରେ ଏହା ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ।
ଆଗକୁ ଶିକ୍ଷକ ନିଯୁକ୍ତିକୁ ଅଧିକ ଗୁରୁତ୍ୱ ଦିଆଯିବ। ହାଇସ୍କୁଲ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ମିଳିବ। ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ମିଳିବ। ରାଜ୍ୟର ୭ ଶହ ସ୍କୁଲ ପିଏମ୍ଶ୍ରୀ ବିଦ୍ୟାଳୟରେ ପରିଣତ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ରାଣୀହାଟ ହାଇସ୍କୁଲ ହେବ ଐତିହ୍ୟ ବିଦ୍ୟାଳୟ। ରାଣୀହାଟ ହାଇସ୍କୁଲକୁ ୬ କୋଟି ଟଙ୍କାର ଅନୁଦାନ ମିଳିବ। ମୁଖ୍ୟମନ୍ତ୍ରୀ ପାଣ୍ଠିରୁ ୨ କୋଟି ଟଙ୍କା ମିଳିବ। ଶତବାର୍ଷିକୀ ଉତ୍ସବରେ ଯୋଗଦେଇ ଘୋଷଣା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।