ବିଜନେସ୍ ପାର୍ଟନରଙ୍କୁ ବୁଦ୍ଧି ଶିଖେଇବାକୁ ୧୭ ବର୍ଷର ବାଳକ ଦେଇଥିଲା ବିମାନରେ ବୋମା ଧମକ

Published By : Prameya-News7 Bureau | October 18, 2024 IST

ରାଜନାନ୍ଦଗାଓଁ ୧୮।୧୦: ଭାରତର ଏଭିଏସନ ସେକ୍ଟର ଗତ ସପ୍ତାହରେ ଗୋଟାଏ  ପରେ ଗୋଟାଏ ୧୯ଟି ମିଛ ବୋମା ଧମକ ପାଇଥିଲା। ଫଳରେ ଉଦ୍ୟୋଗରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଏହି ସବୁ ଧମକ ପଛରେ ଛତିଶଗଡର ଏକ ୧୭ ବର୍ଷ ବୟଷ୍କ ନା ବାଳକର ହାତ ଥିବା କୁହାଯାଉଛି। ସେ ତାର ବିଜନେସ୍ ପାର୍ଟନର ଉପରେ ପ୍ରତିଶୋଧ ନେବାକୁ ଏଭଳି କାମ କରିଥିଲା। ଏହି ପୁରା ମାମଲା ପଇସାକୁ ନେଇ ବିବାଦରୁ ଆରମ୍ଭ ହୋଇଥିଲା। ଯେଉଁଥିରେ ପରେ ମାନସିକ ଓ ଯୌନ ନିର୍ଯାତନା ଅଭିଯୋଗ ଏବେ ଯୋଡି ହୋଇଯାଇଛି। 

ନାବାଳକର ମା କହିଛନ୍ତି ଯେ ତାଙ୍କ ପୁଅ ଓ ତାର ବିଜନେସ ପାର୍ଟନର ମଧ୍ୟରେ ମୋବାଇଲ ବିଜନେସ୍ କୁ ନେଇ ପଇସାର ବିବାଦ ଥିଲା।  କିଛି ମାସ ପୂର୍ବରୁ ସେମାନେ ଦୁଇ ଜଣ ମିଶି ଛତିଶଗଡର ରାଜନାନ୍ଦଗାଓଁରେ ଏକ ଦୋକାନ ଖୋଲିଥିଲେ। ନାବାଳକ ତାଙ୍କ ପାର୍ଟନରଙ୍କ ଠାରୁ ୩-୫ଲକ୍ଷ ଟଙ୍କା ଉଧାର ନେଇଥିଲା। ତେବେ ପରେ ଏହି ପଇସାକୁ ନେଇ ସେମାନଙ୍କ ସମ୍ପର୍କରେ ଫାଟ ଉପୁଜିଥିଲା। ମା କହିଛନ୍ତି ଯେ ତାଙ୍କ ପୁଅକୁ ମାନସିକ ରୂପେ ହାଇରାଣ କରାଯାଉଥିଲା ତେବେ ବିବାଦ ସେତେବେଳେ ଗୁରୁତର ହୋଇଥିଲା ଯେତେବେଳେ ପାର୍ଟନର ତା ପ୍ରତି ଯୌନ ଦୁର୍ବ୍ୟବହାର କରିଥିଲା। 

ସେ ନାବାଳକ ପ୍ରତି ଯୌନ ଦୁର୍ବ୍ୟବହାରର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିଦେଇଥିଲା। ଏହା ପରେ ନାବାଳକ ପ୍ରତିଶୋଧ ନେବା ପାଇଁ ତାଙ୍କ ପାର୍ଟନରର ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ୍ କରି ଆପତ୍ତିଜନକ ସାମଗ୍ରୀ ପୋଷ୍ଟ କରିଦେଇଥିଲା, ଯେଉଁଥିରେ ବିମାନକୁ ବୋମା ଧମକ ମଧ୍ୟ ଥିଲା। ତେବେ ନାବାଳକ ପ୍ରତି ମାନସିକ ଓ ଯୌନ ନିର୍ଯାତନା ମାମଲାରେ ପୋଲିସ ପକସୋ ଆକ୍ଟରେ ମୋକଦ୍ଦମା ରୁଜୁ କରିଛି। 

ଅକ୍ଟୋବରରେ ଜଣେ ବ୍ୟକ୍ତି ଜିଏ ନିଜକୁ ଫଜଲୁଦ୍ଦିନ ନିରବାନ ବୋଲି ପରିଚୟ ଦେଇ ଏକ୍ସ ରେ ଇଣ୍ଡିଗୋ ଓ ଏୟାର ଇଣ୍ଡିଆକୁ ଟ୍ୟାଗ କରି ୩ଟି ବିମାନରେ ବୋମା ଓ ଆତଙ୍କବାଦୀ ଥିବାର ମିଥ୍ୟା ସୂଚନା ଦେଇଥିଲା। ସେ କହିଥିଲା ଯେ ମୁମ୍ବାଇରୁ ମସ୍କଟ ଯାଉଥିବା ଫ୍ଲାଇଟ୍ ୬ଇ୧୨୭୫, ମୁମ୍ବାଇ-ଜେଦ୍ଦା ଫ୍ଲାଇଟ୍ ୬ଇ-୫୭ ଓ ମୁମ୍ବାଇ-ନ୍ୟୁୟର୍କ ଫ୍ଲାଇଟ୍ ଏଆଇ-୧୧୯ରେ ୬ କେଜି ଆରଡିଏକ୍ସ ଓ ୬ ଆତଙ୍କବାଦୀ ଅଛନ୍ତି। ଏହି ସୂଚନା ପରେ ଫ୍ଲାଇଟରେ ଚାଞ୍ଚଲ୍ୟ ଖେଳିଯାଇଥିଲା ଓ ୨ଟି ବିମାନ ବିଳମ୍ବରେ ଉଡାଣ କରିଥିଲା ଏବଂ ଗୋଟିକୁ ଡାଇଭର୍ଟ କରାଯାଇଥିଲା। ଏହା ପରେ ମୁମ୍ବାଇ ପୋଲିସ ଫଜଲୁଦ୍ଦିନ୬୯ ଓ ଫଜଲୁଦ୍ଦିନ୨୮୦୭୭ ଏକ୍ସ ଆକାଉଣ୍ଟ ବିରୋଧରେ ମୋକଦ୍ଦମା ରୁଜୁ କରିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.