ସମ୍ ହସ୍ପିଟାଲର ତୃତୀୟ କ୍ୟାମ୍ପସ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜିତ, ଡାକ୍ତର ଦେଖାଇବାକୁ ରୋଗୀଙ୍କ ଲମ୍ବା ଲାଇନ

Published By : Prameya-News7 Bureau | August 11, 2024 IST

ବ୍ରହ୍ମପୁର ୧୧/୮:  ଶୀତଳପଲ୍ଲୀ ସ୍ଥିତ ସମ୍‌ ହସ୍‌ପିଟାଲର ତୃତୀୟ କ୍ୟାମ୍ପସ ପକ୍ଷରୁ ଶୀତଳାପଲ୍ଲୀ ଗାଁରେ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି । ମାଗଣା ସେବା ପାଇବାକୁ ଦୂର ଦୂରାନ୍ତରରୁ ରୋଗୀଙ୍କ ଲମ୍ବା ଲାଇନ ଲାଗିଥିଲା । ଅଭିଜ୍ଞ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ଉପସ୍ଥିତ ରହି ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥାର ତଦାରଖ କରିଥିଲେ ।

ରୋଗର ଆଶୁ ନିରାକରଣ ପାଇଁ ଆବଶ୍ୟକୀୟ ଔଷଧ ସହ ଉଚିତ ପରାମର୍ଶ ଦେଇଥିଲେ ଡାକ୍ତର ।  ସାଧାରଣ ଲୋକେ କିପରି ସୁବିଧାରେ ଗୁଣାତ୍ମକ ଚିକିତ୍ସା ପାଇପାରିବେ ଏନେଇ ଆମେ ସବୁବେଳେ ଚେଷ୍ଟା କରିଥାଉ ବୋଲି କହିଛନ୍ତି ସମ୍‌ ହସ୍‌ପିଟାଲ କର୍ତ୍ତୃପକ୍ଷ । ଆଗାମୀ ଦିନରେ ସମ୍‌ ହସ୍‌ପିଟାଲ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ମାଗଣା ଚିକିତ୍ସା ଶିବିର ଆୟୋଜନ କରିବା ଲକ୍ଷ୍ୟ ରଖିଥିବା ସେ କହିଛନ୍ତି । 


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.