ଆଜି ରାତି ସାଢେ ୮ଟାରେ ଆକାଶରେ ଦେଖାଯିବ ବିରଳ ଦୃଶ୍ୟ, ଖାଲି ଆଖିକୁ ଦେଖାଯିବେ ୪ଗ୍ରହ

Published By : Prameya-News7 Bureau | January 21, 2025 IST

ନୂଆଦିଲ୍ଲୀ ୨୧।୧: ଜାନୁୟାରୀ ୨୧ ମଙ୍ଗଳବାର ଆମ ସୌର ମଣ୍ଡଳରେ ଗ୍ରହଙ୍କ ପରେଡ ହେବାକୁ ଯାଉଛି। ଯାହାକୁ ‘ପ୍ଲାନେଟ୍ରି ପରେଡ-୨୦୨୫’ କୁହାଯାଉଛି। ଏଥିରେ ଏକ ସଙ୍ଗରେ ୬ ଗ୍ରହ ଶରଳ ରେଖାରେ ଦେଖାଯିବେ, ଯେଉଁଥିରେ ଶୁକ୍ର, ମଙ୍ଗଳ,ଗୁରୁ ଓ ଶନି ଗ୍ରହଙ୍କୁ ବିନା କୌଣସି ଉପକରଣ ସହାୟତାରେ ଖାଲି ଆଖିରେ ଦେଖାଯାଇ ପାରିବ।  ତେବେ ଏହି ଗ୍ରହଙ୍କ ଧାଡିରେ ଥିବା ନେପଚ୍ୟୁନ ଓ ୟୁରାନ୍ସ ଗ୍ରହଙ୍କୁ ଦେଖିବା ପାଇଁ ଟେଲିସ୍କୋପର ଆବଶ୍ୟକତା ପଡିବ। ଏହି ବିରଳ ମହାଜାଗତିକ ଦୃଶ୍ୟ ରାତି ୮ଟା ୩୦ ମିନିଟ ପରେ ଦେଖାଯିବ। 

ଗ୍ରହଙ୍କ ଏହି ପରେଡ ୨୧ ଜାନୁୟାରୀରୁ ଆରମ୍ଭ ହୋଇଯିବ। ଯେଉଁଥିରେ ପାଖାପାଖି ସବୁ ଗ୍ରହ ଆପଣଙ୍କୁ ଏକ ଶରଳ ରେଖାରେ ଦେଖାଯିବେ। ଏହିକ୍ରମରେ ଜାନୁୟାରୀ ୨୫ ତାରିଖ ଦିନ ଅଜବ ଦୃଶ୍ୟ ଦେଖିବାକୁ ମିଳିବ। ସୂଚନା ଅନୁସାରେ ଏହି ଖଗୋଳିୟ ଘଟଣାକୁ ଦେଖିବାକୁ ସବୁଠୁ ଭଲ ସମୟ ରାତି ୮ଟାରେ ୧୧ଟା ମଧ୍ୟରେ। ଏହି ସମୟରେ ଶୁକ୍ର,ମଙ୍ଗଳ,ଶନି, ଗୁରୁ, ନେପଚ୍ୟୁନ ଓ ୟୁରାନ୍ସ ଗୋଟିଏ ଧାଡିରେ ଦେଖାଯିବେ ଓ ରାତି ସାଢେ ୧୧ଟା ବେଳକୁ ଗ୍ରହ ଗୁଡିକ ଉଭେଇ ଯାଇଥିବେ। 

ଜ୍ୟେତିଶ ଶାସ୍ତ୍ର ଅନୁସାରେ ଜାନୁୟାରୀ ୨୧ରେ ଗ୍ରହ ଏପରି ଏକ ଶରଳରେଖାରେ ଆସିବା ରାଶି ଚକ୍ରର ୪ ରାଶିଙ୍କ ଲାଗି ବହୁତ ଶୁଭ ସାବ୍ୟସ୍ତ ହେବ। ଯେଉଁ ରାଶିଙ୍କ ଲାଗି ଗ୍ରହଙ୍କ ଏପରି ସ୍ଥିତି ଶୁଭକାରକ ସେଗୁଡିକ ହେଉଛି ମେଶ, ସିଂହ, କନା ଓ ତୁଳା। ଏହି ରାଶିର ଲୋକଙ୍କ ଯେଉଁ କାମ ଦୀର୍ଘ ସମୟରୁ ଅଟକି ରହିଥିଲା ତାହା ପୁରା ହୋଇଯିବ। ଯଦି କୌଣସି କଥାକୁ ନେଇ ସମସ୍ୟା ଥିଲା ସେହି ସମସ୍ୟା ଆପେ ଆପେ ଦୂର ହୋଇଯିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.