ଶିମିଳିପାଳକୁ ମହାରାଷ୍ଟ୍ରରୁ ଆସିଲା ବାଘୁଣୀ, କୋର୍ ଅଞ୍ଚଳରେ ରଖାଯିବ

Published By : Prameya-News7 Bureau | October 27, 2024 IST

ଭୁବନେଶ୍ବର ୨୭।୧୦: ଶିମିଳିପାଳ ଅଭୟାରଣ୍ୟକୁ ଆସିଲା ବାଘୁଣୀ । ମହାରାଷ୍ଟ୍ରରୁ ଆସିଲା ବାଘୁଣୀ । ଶିମିଳିପାଳ କୋର୍ ଅଞ୍ଚଳରେ ରଖାଯିବ । ରବିବାର ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଆସି ଶିମିଳିପାଳରେ ବାଘୁଣୀ ପହଞ୍ଚିଛି । ବନ ବିଭାଗର ସ୍ୱତନ୍ତ୍ର ଟିମ୍‌ଙ୍କ ନିରୀକ୍ଷଣରେ ବାଘୁଣୀ ଆସି ପହଞ୍ଚିଥିବା ଜଣାପଡିଛି । 

ଏହାପରେ ଆଉ ଏକ ବାଘୁଣୀ ମଧ୍ୟ ଅଣାଯିବ । ମହାରାଷ୍ଟ୍ରରୁ ମୋଟ୍ ୨ଟି ବାଘୁଣୀ ଶିମିଳିପାଳକୁ ଆସିବେ ବୋଲି ଜଣାପଡିଛି । ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘ ବଂଶ ବୃଦ୍ଧି ପାଇଁ ରାଜ୍ୟ ସରକାର ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି।

ଓଡ଼ିଶାରେ ୩୦ ମହାବଳ ବାଘ ଅଛନ୍ତି। ସେଥିରୁ ୨୭ଟି ମହାବଳ ଶିମିଳିପାଳ ଅଭୟାରଣ୍ୟରେ ରହିଛନ୍ତି। 

You Can Read:

ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ, ତୁରନ୍ତ କ୍ଷୟକ୍ଷତି ଆକଳନ ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.