ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଇଥିବା ମହିଳା ଗିରଫ। ମୁମ୍ବାଇ ପୁଲିସ କଣ୍ଟ୍ରୋଲ ରୁମକୁ କଲ୍ କରି ମହିଳା ଜଣଙ୍କ ପ୍ରଧାନମନ୍ତ୍ରୀ ହତ୍ୟା କରିବାକୁ ଯୋଜନା କରାଯାଇଛି। ଏବଂ ତାଙ୍କ ପାଖରେ ଅସ୍ତ୍ର ଅଛି ସେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବେ ବୋଲି ମହିଳା କହିଛନ୍ତି। ଏହାପରେ ପୁଲିସ କଲ୍ ଟ୍ରାସ୍ କରି ୩୪ ବର୍ଷୀୟ ମହିଳାଙ୍କୁ ଗିରଫ କରିଛି।
ଗିରଫ ପରେ ପୁଲିସ ମାମଲା ସମ୍ପର୍କରେ ସମ୍ପୃକ୍ତ ମହିଳାଙ୍କୁ ପଚରାଉଚରା କରିଥିଲା। ଏହାପରେ ମହିଳା ଜଣଙ୍କ ମାନସିକ ବିକୃତ ଥିବା ପୁଲିସ କହିଛି। ତେବେ ଷ୍ଟାଣ୍ଡାର୍ଡ ପ୍ରୋଟୋକଲ ଅନୁସାରେ ମାମାଲାରେ ତଦନ୍ତ ଜାରି ରହିଛି।
ଏହି ମାମଲାରେ ଗୋଟିଏ ନୁହେଁ, ଏହା ପୂର୍ବରୁ ଯୋଗୀ ଆଦିତ୍ୟ ନାଥଙ୍କୁ ହତ୍ୟା ଧମକ ଦେଇଥିବା ଜଣେ ୨୪ ବର୍ଷୀୟ ମହିଳାଙ୍କୁ ଗିରଫ କରାଯାଇଥିଲା। ଚଳିତ ବର୍ଷ ନଭେମ୍ବର ୩ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା।
ମୋଦୀ କି ଯୋଗୀ ନୁହଁନ୍ତି, ନିକଟରେ ସଲମାନ ଖାନ୍ଙ୍କୁ ମଧ୍ୟ ଅନେକ ଧମକ ମିଳି ସାରିଛି। ମୁମ୍ବାଇ କଣ୍ଟ୍ରୋଲ ଫୋନ କରି ହତ୍ୟା ଧମକ ଦିଆଯାଉଛି।