ନିଶା ଦେଇ ଉଠା ବିକାଳୀଙ୍କ ଠାରୁ ୧୫ ହଜାର ଲୁଟିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | January 19, 2023 IST

ସୋର ୧୮/୦୧: ଖାଦ୍ୟ ଦ୍ରବ୍ୟ ଓ ଥଣ୍ଡା ପାନୀୟରେ ନିଶା ଦେଇ ଉଠା ବେପାରୀଙ୍କ ଠାରୁ ଲୁଟ୍‌। ଦୁର୍ବୃତ୍ତମାନେ ଏପରି କରି ୧୫ ହଜାର ଟଙ୍କା ଲୁଟି ନେଇଛନ୍ତି। ଅଜାଣତରେ ନିଶାଦ୍ରବ୍ୟ ସେବନ କରିଥିବା ଦୁଇ ଦୋକାନୀ ଏବେ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି। ଲୁଟ୍‌ର ଶୀକାର ହୋଇଥିବା ଦୁଇ ଉଠା ବ୍ୟବସାୟୀଙ୍କ ପରିଚୟ ଅଭିରାମ ବାରିକ, ସେକ୍ ମେହେର ବାନ।

ଖବର ଅନୁସାରେ, ବୁଧବାର ଅଭିରାମ ସୋର ଅଡ଼ଙ୍ଗବଜାରରେ ଅଭିରାମ ପରିବା ଦୋକାନ ଖୋଲିଥିଲେ। ଲୁଟେରାମାନେ ଖାଦ୍ୟରେ ନିଶାଦେଇ ତାଙ୍କଠାରୁ ୫ହଜାର ଟଙ୍କା ଲୁଟିନେଇଛନ୍ତିl ସେହିପରି ସେକ୍ ମେହେର ବାନ ପାରିବା ହାଟରେ ଦୋକାନ ଦେଇଥିଲେ। ସେ ସୋର ମ୍ୟୁନିସିପାଲଟି ଛତ୍ରପୁରର ବାସିନ୍ଦା। ଲୁଟେରାମାନେ ତାଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ସେ ବେହୋଶ ହେବାପରେ ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଉଭୟଙ୍କ ପରିବାର ଖବର ପାଇ ମେହେରବାନ ଓ ଅଭିରାମକୁ  ଅଚେତ ଅବସ୍ଥାରେ ସୋର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ସୂଚନାଥାଉକି, ଚଳିତ ମାସ ୩ ତାରିଖରେ ସିମୁଳିଆ ଥାନା ଚଣ୍ଡୀଘର ସାହିର ଶମ୍ଭୁନାଥ ପାଢ଼ୀ ନାମକ ତାଙ୍କ ପରିବା ଦୋକାନରେ ଥିବାବେଳେ ଠାରୁ ଦୁର୍ବୃତ୍ତମାନେ ନିଶା ଦେଇ ୬ଶହ ଟଙ୍କା ଲୁଟି ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.