କଟକ: ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିଵା ବ୍ୟାଡମିଣ୍ଟନ ଓ୍ୱାର୍ଲ୍ଡ ଫେଡେରେସନର ଓଡିଶା ମାଷ୍ଟର୍ସ-୧୦୦ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି। ଉଦଯାପନୀ ସନ୍ଧ୍ୟାରେ ସତୀଶ କୁମାର ଓ ଟି. ମନେପାଲ୍ଲୀଙ୍କ ମଧ୍ୟରେ ଫାଇନାଲ ମୁକାବିଲା ହୋଇଥିଲା।
ସତୀଶ କୁମାର ୨୧-୧୮ ଓ ୨୧-୧୫ ସେଟରେ ଟି ମନେପଲ୍ଲୀଙ୍କୁ ହରାଇ ପୁରୁଷ ସିଙ୍ଗଲ୍ସ ଚାମ୍ପିଅନ ହୋଇଛନ୍ତି। ଉଦଯାପନୀ ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ।
ଏହି ଅବସରରେ କ୍ରୀଡା ସଚିଵ କହିଛନ୍ତି ଆଗକୁ ରାଜ୍ୟ ଜାତୀୟ ଆଥଲେଟିକ୍ସ ଚାମ୍ପିଅନସିପ ଆୟୋଜନ କରିବାକୁ ଯାଉଛି। ଭିତ୍ତିଭୂମି ଦୃଷ୍ଟିରୁ ଏଵେ ଓଡିଶା ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ ଆଗରେ ରହିଛି ଵୋଲି କ୍ରୀଡା ସଚିଵ ଭାସ୍କର ଜ୍ୟୋତି ଶର୍ମା କହିଛନ୍ତି।