ଭୁବନେଶ୍ଵର: ସୈନିକ ସ୍କୁଲ ଏବଂ ଓ.ଏମ୍.ସି ର ମିଳିତ ଆନୁକୂଲ୍ୟରେ ଅଷ୍ଟମ ବିଜୁ ମାରାଥନ ଚଳିତ ମାସ ୧୫ ତାରିଖ ସକାଳ ୬ଟା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୈନିକସ୍କୁଲର ୫୦୦ କ୍ୟାଡ଼େଟ୍, ୨୦୦ ପୂରାତନ ଛାତ୍ର, ସହୋଦୟ ସ୍କୁଲ ଓ ସରକାରୀ ସ୍କୁଲ ମାନଙ୍କରୁ ୪୦୦ ରୁ ଉର୍ଦ୍ଧ ପ୍ରତିଯୋଗୀଙ୍କୁ ମିଶାଇ ସମୁଦାୟ ୧୨୦୦ ଜଣ ପ୍ରତିଯୋଗି ଅଂଶ ଗ୍ରହଣ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ସିନିୟର ବିଭାଗ ୧୦ କିମି ଓ କନିଷ୍ଠ ବିଭାଗର ସମସ୍ତ ପ୍ରତିଯୋଗି ୭ କିମି ପଥ ଅତିକ୍ରମ କରିଥିଲେ ।
ଏହି ଗଣ ଦୌଡ଼କୁ କମୋଡ଼ର ମହେଶ ରହଙ୍ଗଡ଼ାଲେ, ଡ଼େପୁଟୀ ଡ଼ାଇରେକ୍ଟର ଜେନେରାଲ, ଏନ୍.ସି.ସି, ନାଇରେକ୍ଟୋରେଟ୍, ଓଡ଼ିଶା, କର୍ଣ୍ଣଲ୍ ବାଲୁଭରତ, ପ୍ରିନ୍ସିପାଲ, ସୈନିକସ୍କୁଲ ଓ ମଧୁସୂଦନ ପାଢ଼ି ଆଇ.ଏ.ଏସ୍ (ଅବସର ପ୍ରାପ୍ତ) ପୁରାତନ ଛାତ୍ର ସଂସଦର ସଭାପତି ପତାକା ଦେଖାଇ ମାରାଥନ ଦୌଡ଼ର ଶୁଭ ଉଦ୍ଘାଟନ କରିଥିଲେ । ଏହାଛଡ଼ା କମାଣ୍ଡର୍ ଦିନେଶ ସ୍ୱାଇଁ, ଓ.ବି.ଏ. ସଂପାଦକ, ଲେ.କର୍ଣ୍ଣଲ୍ ଅମିତ ତିୱାରୀ, କମାଣ୍ଡର ମନୋରମା ପୋଖେରିୟା, ଓ.ଏମ୍.ସି ର ବରିଷ୍ଠ ଅଫିସର ଗଣ, ପୂରାତନ ଛାତ୍ର ଶ୍ରୀ ଅମିତାଭ ସ୍ୱାଇଁ, ସ୍କୁଲର ସମସ୍ତ ଶିକ୍ଷକ ଓ କର୍ମଚାରୀଗଣ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ ।
ସୈନିକସ୍କୁଲ୍ର ସିନିୟର ମାଷ୍ଟର ଶ୍ରୀ ବିଘ୍ନେଶ୍ୱର ପ୍ରଧାନ ଓ ଶ୍ରୀ ଏ.କେ. ମୂଖାର୍ଜୀ ଏହି ଦୌଡ଼ର ପରିଚାଳନା କରିଥିଲେ । ଉକ୍ତ ଦୌଡ଼ର ସିନିୟର ବିଭାଗରେ ଶ୍ରୀ ବି. ପ୍ରସାଦ ଦୋରା ବିଜେତା ହେବାବେଳେ ଶ୍ରୀ ଅଭିଶେଷ କୁମାର ଉପବିଜେତା ହୋଇଥିଲେ । କନିଷ୍ଠ ବିଭାଗରେ ଶ୍ରୀ ମାଷ୍ଟର ବିକାଶ ବିଜେତା ଓ ଶ୍ରୀ ଶିବମ୍ ଯାଦବ ଉପବିଜେତା ହୋଇଥିଲେ । ପୂରାତନ ଛାତ୍ରଙ୍କ ମଧ୍ୟରୁ ଶ୍ରୀ ରଞ୍ଜିତ ସାହାଣୀ ବିଜୟୀ ହୋଇଥିବା ବେଳେ ବାଳିକା ବିଭାଗରେ ଆକାଂକ୍ଷା ପ୍ରିୟା ବିଜୟିନୀ ହୋଇଥିଲେ ।
ଶେଷରେ ମୁଖ୍ୟ ଅତିଥି ବିଜେତା ମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରିଥିଲେ । ନିଜ ଅଭିଭାଷଣରେ ମୁଖ୍ୟ ଅତିଥି ଉକ୍ତ ମାରାଥନର ଉଦ୍ଦେଶ୍ୟକୁ ପ୍ରତିପାଦନ କରିବାକୁ ଯାଇ ଆମ ରାଜଧାନୀକୁ ସ୍ୱଚ୍ଛ, ସୁନ୍ଦର, ସବୁଜ ଓ ପ୍ରଦୂଷଣ ମୁକ୍ତ ସହର ଗଢ଼ିତୋଳିବାରେ ଛାତ୍ରଛାତ୍ରୀ ମାନଙ୍କର ସହଯୋଗ କାମନା କରିଥିଲେ ।