ପରକୀୟା ପ୍ରୀତିରୁ ୨ ବର୍ଷର ଝିଅ ଆଗରେ ପତ୍ନୀଙ୍କୁ ହତ୍ୟା, ଦୁଇ ଦିଅର ସହ ସ୍ବାମୀ ଗିରଫ

Published By : Prameya-News7 Bureau | December 15, 2024 IST

କଟକ ୧୫।୧୨: କଟକ କନ୍ଦରପୁରରେ ମହିଳାଙ୍କ ଗଳାକାଟି ହତ୍ୟା ମାମଲାର ପର୍ଦ୍ଦାଫାଶ କଲା କମିଶନରେଟ୍ ପୋଲିସ । ମହିଳାଙ୍କ ସ୍ବାମୀ, ଦୁଇ ଦିଅର ମିଶି କରିଥିଲେ ହତ୍ୟା । ମୃତ ମହିଳାଙ୍କ ନାଁ ପଦ୍ମାବତୀ ସାମଲ, ଘର ମହାକାଳପଡା । ପତ୍ନୀଙ୍କ ପରକୀୟା ପ୍ରୀତି ଯୋଗୁଁ ହୋଇଥିଲା ହତ୍ୟାକାଣ୍ଡ । ହତ୍ୟା ଅଭିଯୋଗରେ ସ୍ବାମୀ ବଳରାମ ଦେହୁରୀଙ୍କ ସହ ଦିଅର ଜଗନ୍ନାଥ ଦେହୁରୀ ଓ ଦିଅର ହାପି ଦେହୁରୀ ଗିରଫ। ଭାଉଜକୁ ମାରିବା ପାଇଁ ସୁରଟରୁ ଚାପଡ଼ ଆଣିଥିଲା ଜଗନ୍ନାଥ । ୩୦ ଘଣ୍ଟାରେ ଗିରଫ ହେଲେ ଅଭିଯୁକ୍ତ । ଗୁଜୁରାଟ ପୋଲିସର ସହଯୋଗରେ ଅଭିଯୁକ୍ତକୁ ଧରିଥିଲା ପୋଲିସ । ମୃତଦେହ ନିକଟରେ ପଡିଥିବା ପ୍ୟାଣ୍ଟ ରସିଦ ଧରେଇଦେଲା ଅଭିଯୁକ୍ତଙ୍କୁ । ସୁରଟରେ ଥିଲା ସେହି ଟେଲର ଦୋକାନ । ୧୦୦ ଟଙ୍କା ଫେରାଇବା ପାଇଁ ୱାଲେଟର ବ୍ୟବହାର ହୋଇଥିଲା । ସେହି ୱାଲେଟର ନମ୍ବର ଠାବ କରି ପ୍ରଥମେ ହାପି ପାଖରେ ପହଞ୍ଚି ଥିଲା ପୋଲିସ । ପଦ୍ମାବତୀଙ୍କୁ ମାରିବା ପାଇଁ ପୂର୍ବରୁ ଯୋଜନା ପ୍ରସ୍ତୁତ ହୋଇଥିଲା । ଦୁଇ ବର୍ଷର ଝିଅ ଆଗରେ ମା’କୁ ହତ୍ୟା କରିଥିଲା ବାପା ।

You Cam Read:

ଇନ୍‌ସ୍ୟୁରାନ୍ସ ନୁହେଁ ଆସ୍ୟୁରାନ୍ସ ମୋଡ଼ରେ ହେବ ଆୟୁଷ୍ମାନ ଓ ଗୋପବନ୍ଧୁ କାର୍ଡ଼ ଚିକିତ୍ସା : ସ୍ବାସ୍ଥ୍ୟମନ୍ତ୍ରୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.