NBW ଜାରି ପରେ ବିଦ୍ୟାଭାରତୀଙ୍କ ଘରେ ପଡିଛି ତାଲା, ସେପଟେ ସୌମ୍ୟଙ୍କ ମା’ କହିଲେ- ପୁଅକୁ ନିଶ୍ଚିତ ମିଳିବ ନ୍ୟାୟ

Published By : Prameya-News7 Bureau | July 01, 2023 IST

ଗଜପତି।ଉଦଳା।ସୋର।କଟକ ୧।୭: ପୁଣି ଚର୍ଚ୍ଚାରେ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା । ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ ଜାମିନ୍ ବିହୀନ ଗିରଫ ପରଓ୍ବାନ ଜାରି ପରେ କଡ଼ ଲେଉଟେଇଛି ଏହି ବହୁଚର୍ଚ୍ଚିତ ମାମଲା । ବାରମ୍ବାର ସମନ୍ ପରେ ମଧ୍ୟ ଏ ୩ ଅଭିଯୁକ୍ତ କୋର୍ଟରେ ହାଜର ହେଉନଥିଲେ । ବିଚାର ପ୍ରକ୍ରିୟାରେ ସହଯୋଗ କରିବା ବଦଳରେ ବିଭିନ୍ନ ଆଳ ଦେଖାଇ ସମୟ ମାଗି ଚାଲିଥିଲେ ।

ମାମଲା କ୍ବାସିଂ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ DFO ସଂଗ୍ରାମ ବେହେରା । ଏହି ୩ ଜଣଙ୍କ ନାଁରେ NBW ଜାରି କରିଛନ୍ତି ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ କୋର୍ଟ । ଆସନ୍ତା ଜୁଲାଇ ୭ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜୁଲାଇ ୭ରେ ୩ ଅଭିଯୁକ୍ତ କୋର୍ଟରେ ହାଜର ହେଉଛନ୍ତି ନା ଆଉ କିଛି ନୂଆ ଚାଲ୍ ଖେଳୁଛନ୍ତି ତାକୁ ଅପେକ୍ଷା । ସେପଟେ ସୌମ୍ୟଙ୍କ ମା' କିନ୍ତୁ କହିଛନ୍ତି ଭଗବାନଙ୍କ ଉପରେ ମୋର ସଂପୂର୍ଣ୍ଣ ଭରସା ରହିଛି । ପୁଅକୁ ନିଶ୍ଚିତ ନ୍ୟାୟ ମିଳିବ ।

wp:embed {"url":"https://www.prameyanews7.com/acfo-soumya-ranjan-matter-nbw-issued-in-the-name-of-bidyabharati-and-dfo/","type":"wp-embed","providerNameSlug":"prameya-news-7"}
https://www.prameyanews7.com/acfo-soumya-ranjan-matter-nbw-issued-in-the-name-of-bidyabharati-and-dfo/
/wp:embed

ଘଟଣା ସଂପର୍କରେ ବିଦ୍ୟାଭାରତୀ, DFO କିମ୍ବା ରୋଷେୟା କାହାର ପ୍ରତିକ୍ରିୟା ମିଳିପାରିନି । ଉଦଳା ସ୍ଥିତି ବିଦ୍ୟାଭାରତୀଙ୍କ ଘରେ ତାଲା ପଡିଛି । କାହାରି ଦେଖା ମିଳିନଥିଲା । ବିଦ୍ୟାଭାରତୀ ବେତନଟୀ ନଡପୁର ଅଂଚଳରେ ଚାକିରି କରିଥିବା ବେଳେ ସେଠାରେ ମଧ୍ୟ ସେ ନାହାନ୍ତି ।

ମାମଲାରେ ପୋଲିସ ଏବଂ କ୍ରାଇମବ୍ରାଞ୍ଚର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପାରଳେଖେମୁଣ୍ଡିର ସାଧାରଣ ଜନତା । କହିଛନ୍ତି, ସୌମ୍ୟଙ୍କ ବାପା ଯେଉଁସବୁ ଆଧାର କୋର୍ଟ ଆଗରେ ରଖିଲେ ସେସବୁ ଆଧାରକୁ ପୋଲିସ ଏବଂ କ୍ରାଇମବ୍ରାଞ୍ଚ କିଭଳି ଅଣଦେଖା କରିଥିଲେ ?  ଅଭିଯୁକ୍ତଙ୍କୁ କାହିଁକି ଏଯାଏ ଗିରଫ କରାଯାଇନି ବୋଲି ପ୍ରଶ୍ନ କରିଛନ୍ତି । ସେପେଟେ ପାରଳାଖେମୁଣ୍ଡି ସ୍ଥିତି ସୌମ୍ୟଙ୍କ ସରକାରୀ କ୍ବାର୍ଟର ଏବେ ପୂର୍ବଭଳି ସେମିତି ତାଲା ପଡି ରହିଛି । 

ଏସିଏଫ୍‌ ସୌମ୍ୟରଂଜନ ମହାପାତ୍ରଙ୍କୁ ତାଙ୍କ ପାରଳାଖେମୁଣ୍ଡିସ୍ଥିତ ବାସଭବନରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ୨୦୨୧ ଜୁଲାଇ ୧୨ ତାରିଖରେ ଉଦ୍ଧାର କରାଯାଇଥିଲା । ଜୁଲାଇ ୧୩ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ପତ୍ନୀ ବିଦ୍ୟାଭାରତୀ ବାଦ୍ ଦେଇ ଅନ୍ୟ ୨ ଜଣ ଅଭିଯୁକ୍ତଙ୍କୁ କ୍ଳିନଚିଟ୍ ଦେଇଥିଲା ।  ଏହାର ପ୍ରତିବାଦରେ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର କୋର୍ଟଙ୍କ ଦ୍ବାରସ୍ଥ ହୋଇ ଥିଲେ ।

You Can Read :

wp:embed {"url":"https://www.prameyanews7.com/congress-workers-throw-eggs-at-tata-power-office-in-subarnapur/","type":"wp-embed","providerNameSlug":"prameya-news-7"}
https://www.prameyanews7.com/congress-workers-throw-eggs-at-tata-power-office-in-subarnapur/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.