ସାଇବର ଥାନାର ଦ୍ଵାରସ୍ଥ ହେଲେ ଅଭିନେତା ମନୋଜ ମିଶ୍ର ଓ ପତ୍ନୀ

Published By : Prameya-News7 Bureau | September 12, 2024 IST

ଭୁବନେଶ୍ଵର: ସାଇବର ଥାନାର ଦ୍ଵାରସ୍ଥ ହେଲେ ଅଭିନେତା ମନୋଜ ମିଶ୍ର ଓ ପତ୍ନୀ ମମତା ନନ୍ଦ । ଦ୍ଵିତୀୟ ବିବାହ ପରେ ମନୋଜଙ୍କ ନାମରେ କିଛି ସୋସିଆଲ ମିଡ଼ିଆ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମାଲୋଚନା  କରୁଛନ୍ତି। ଏହାର ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ଅଭିନେତା । ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ତାଙ୍କୁ ବହୁ ପ୍ରକାରର ଟ୍ରୋଲ କରା ଯାଉଛି।  ସେହି ସବୁ ସୋସିଆଲ ମିଡ଼ିଆରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ହେଉଥିବା ପ୍ରସାରଣକୁ ବନ୍ଦ କରିବାକୁ ସାଇବର ଥାନାରେ ଅଭିଯୋଗ କରିଛନ୍ତି । 

ମନୋଜ ମିଶ୍ର ଏବଂ ମମତାଙ୍କ ବିଷୟରେ ବହୁ କଥାକୁ ନେଇ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରାଯାଉଥିବା ଦେଖିବାକୁ ମିଳିଛି। ତେଣୁ ତାଙ୍କର ବ୍ୟକ୍ତିଗତ ଜୀବନ ପ୍ରବାହିତ ହୋଇ଼ିଛି । ୟୁଟ୍ୟୁବ୍‌ରେ  ତାଙ୍କର ବ୍ୟକ୍ତିଗତ ଜୀବନ ଓ ଦ୍ଵିତୀୟ ବିବାହକୁ ନେଇ ବହୁ ପ୍ରକାର ଖବର ଚଲା ଯାଇଛି। ତେଣୁ ଏହାକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି ମନୋଜ ମିଶ୍ର।  

ସୂଚନାଯୋଗ୍ୟ, ନିକଟରେ ଅଭିନେତା ମନୋଜ ମିଶ୍ର ଦ୍ଵିତୀୟ ବିବାହ କରିଛନ୍ତି। ଓଡ଼ିଆ ଫିଲ୍ମ ଏବଂ ଏହାର ସାଂପ୍ରତିକ ସ୍ଥିତିକୁ ନେଇ ସର୍ବଦା ସ୍ପଷ୍ଟ ଏବଂ ଖୋଲାଖୋଲି ଟିପ୍ପଣୀ କରି ବିବାଦରେ ରହି ଆସିଛନ୍ତି ମନୋଜ ମିଶ୍ର। ଗତ ନିର୍ବାଚନରେ ସେ କଂଗ୍ରେସରେ ଯୋଗ ଦେଇ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିବା ସହ ବଲାଙ୍ଗୀର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହୋଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.