ଭୁବନେଶ୍ବର: ଅଭିନେତା ଉତ୍ତମ ମହାନ୍ତିଙ୍କୁ ଏୟାରଲିଫ୍ଟ। ଉତ୍ତମ ମହାନ୍ତିଙ୍କୁ ଭୁବନେଶ୍ବର ସ୍ଥିତ ଘରୋଇ ହସ୍ପିଟାଲରୁ ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲକୁ କରାଗଲା ଏୟାରଲିଫ୍ଟ।
ସୂଚନାଥାଉକି, ଉତ୍ତମ ମହାନ୍ତ ଲିଭର ସିରୋସିସ୍ ରୋଗରେ ପୀଡ଼ିତ ଅଛନ୍ତି। ଏଥିପାଇଁ ଗତ ତିନି ଦିନ ତଳେ ଉତ୍ତମ ମହାନ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା। ହେଲେ ଶନିବାର ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ାବାରୁ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି। ଉତ୍ତମ ମହାନ୍ତିଙ୍କ ସହ ପୁଅ ବାବୁସାନ ଓ ବୋହୂ ତୃପ୍ତି ମଧ୍ୟ ଦିଲ୍ଲୀ ଯାଇଛନ୍ତି।