ମୋରଡା: ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣାରେ ତିନିଜଣ ଯୁବକଙ୍କ ମୃତ୍ୟୁ ଘଟିଛି l ସୂଚନା ଅନୁଯାୟୀ, ଉକ୍ତ ଥାନା ଅଧୀନ ଧାତିକା ଗ୍ରାମର ବିପିନ ଦେଓ, ରବୀନ୍ଦ୍ର ଦେଓ ଓ ବାଦଲ ନାଏକ ଉକ୍ତ ଥାନା ଅଧୀନ ବାଘଡା ପଞ୍ଚାୟତର ସିଙ୍ଗଡା ଭୀମ ମେଳା ଦେଖିବାକୁ ଏକ ବାଇକ ଯୋଗେ ଯାଇଥିଲେl
ତେବେ ଅପରାହ୍ନ ୫.୩୦ ମିନିଟ ସମୟରେ ବାଇକ ଯୋଗେ ଘରକୁ ଫେରୁଥିବା ସମୟରେ ଦିମିଆ ଗାଁ ନିକଟରେ ଏକ ଅଜଣା ଗାଡି ଧକ୍କା ଦେବାରୁ ତିନି ଜଣ ବାଇକରୁ ଛିଟିକି ପଡିଥିଲେ ଏବଂ ଉକ୍ତ ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ବୋଲି ସୂଚନା ଦେଇଛନ୍ତି ଶୁଳିଆପଦା ଥାନା ଅଧିକାରୀ ଆଦିତ୍ୟ ପ୍ରସାଦ ଜେନା।
ତେବେ ଦୁର୍ଘଟଣା ଏତେ ଜୋର ଥିଲା ଯେ ବାଇକର ଦୁଇଟି ଚକ ଗାଡ଼ି ବାହାରି ପଳାଇଥିବା ସହିତ ବାଇକଟି ଭାଙ୍ଗି ଚୁରମାର ହୋଇଯାଇଛି। ତେବେ ଘଟଣାସ୍ଥଳରେ ଥାନା ଅଧିକାରୀ ଜେନା ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।