ମଧ୍ୟପ୍ରଦେଶ ନିର୍ବାଚନ: ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ବିପକ୍ଷରେ ଲଢ଼ିବେ ‘କଂଗ୍ରେସର ହନୁମାନ’

Published By : Prameya-News7 Bureau | October 15, 2023 IST

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରମୁଖ ରାଜନୀତିକ ଦଳମାନେ ଜୋରଦାର କସରତ ଚଳାଇଛନ୍ତି । ଏହାରି ମଧ୍ୟରେ ରାଜନୀତିକ ଦଳମାନେ ଆଶାୟୀଙ୍କ ତାଲିକା ମଧ୍ୟ ଜାରି କରିଛନ୍ତି । କଂଗ୍ରେସ ମଧ୍ୟ ଏହାର ବିଭିନ୍ନ ସିଟ୍‌ରୁ ୧୪୪ ଆଶାୟୀଙ୍କ ପ୍ରଥମ ପର୍ଯ୍ୟାୟ ତାଲିକା ଜାରି କରିଛି। ଏହି ତାଲିକାରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ନାଁ ମଧ୍ୟ ରହିଛି। ତେବେ କଂଗ୍ରେସର ଏହି ତାଲିକାରେ ଜଣେ ଟେଲି ଅଭିନେତାଙ୍କ ନାଁ ରହିଛି । ହେଳେ ବଡ଼ କଥା ହେଉଛି, ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ବିପକ୍ଷରେ ବୁଧନୀରୁ ନିର୍ବାଚନ ମୈଦାନକୁ ଓହ୍ଲାଇବେଏହି ଟିଭି ତାରକା କମ୍‌ ରାଜନେତା।

ଏହି ଅଭିନେତା ହେଉଛନ୍ତି ବିକ୍ରମ ମସ୍ତାନ । ୨୦୦୮ରେ ରମାନନ୍ଦ ସାଗରଙ୍କ ଟିଭି ଶୋ ‘ରାମାୟଣ’ରେ ହନୁମାନ ଭୂମିକା ନିଭାଇଥିଲେ ବିକ୍ରମ। ଆଉ ବିକ୍ରମ ହିଁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବେ। ବିକ୍ରମ ମସ୍ତାଲ ୨୦୨୩ ଜୁଲାଇରେ କଂଗ୍ରେସରେ ସାମିଲ ହୋଇଥିଲେ । କଂଗ୍ରେସ ନେତା ମସ୍ତାନ ମୁଳତଃ ବୁଧନୀର ବାସିନ୍ଦା।

ସୂଚନାଥାଉକି, ବିକ୍ରମ ମସ୍ତାନ ସିଦ୍ଧ ସିମରିୟା ଧାମରେ କଂଗ୍ରେସର ସଦସ୍ୟତା କରିଥିଲେ। ସେ ଅନେକ ଅବସରରେ କମଳନାଥଙ୍କ ପ୍ରଶଂସା କରିଛନ୍ତି। ରାଜନୀତିରେ ଆସିବା ନିଷ୍ପତ୍ତିକୁ ନେଇ ବିକ୍ରମ ମସ୍ତାନ କହିଥିଲେ ଯେ, ‘ହନୁମାନଙ୍କ କାମ ସେବା କରିବା, ଆଉ ମୁଁ ମଧ୍ୟ ଜନତାଙ୍କ ସେବା କରିବାକୁ ଚାହୁଛି।’ ସେହିଭଳି ବିଗତ ଦିନରେ କମଲନାଥ ନର୍ମଦା ସେନା ସଂଗଠନର ଗଠନ କରିଥିଲେ, ଯେଉଁଥିରେ ବିକ୍ରମ ମସ୍ତାନଙ୍କୁ ସହ ପ୍ରଭାରୀ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶରେ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା; ଗୁରୁତ୍ବପୂର୍ଣ୍ଣ ସିଟ୍‌ରେ ହେବ ଟକ୍କର

ଉଲ୍ଲେଖଯୋଗ୍ୟ, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ୧୪୪ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି କଂଗ୍ରେସ । ଏଥିରେ ସାଧାରଣ ବର୍ଗରୁ ୪୭ ଜଣ ପ୍ରାର୍ଥୀ ଥିବା ବେଳେ ଓବିସି ୩୯, ଏସଟି ୩୦, ଏସସି ୨୨ ଏବଂ ଜଣେ ମୁସଲିମ ପାର୍ଥୀଙ୍କ ସହ ୧୯ ଜଣ ମହିଳାଙ୍କ ନାଁ ସାମିଲ ହୋଇଛି । ସେଥିମଧ୍ୟରୁ ୬୫ ଜଣ ପ୍ରାର୍ଥୀଙ୍କ ବୟସ ୫୦ ବର୍ଷରୁ କମ୍ । ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ପୁଅ ଜୀବରଧନ ସିଂହଙ୍କୁ କଂଗ୍ରେସ ପ୍ରାର୍ଥୀ ତାଲିକାରେ ସାମିଲ କରିଥିବା ବେଳେ ସେ ରଘୋଗଡ଼ ଆସନରୁ ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.