OPGCର ଜନ ଶୁଣାଣିକୁ ଅଢାପଡା ଗ୍ରାମବାସୀଙ୍କ ବିରୋଧ

Published By : Prameya-News7 Bureau | June 20, 2024 IST

ଝାରସୁଗୁଡା ୨୦।୬: ଝାରସୁଗୁଡା ଜିଲ୍ଲା ବନହରପାଲି  ସ୍ଥିତ ଓଡିଶା ବିଦ୍ୟୁତ ଉତ୍ପାଦନ ନିଗମ ଓପଜିସିର ୫ ଓ ୬ ନମ୍ବର ୟୁନିଟର ସମ୍ପ୍ରସାରଣ ପାଇଁ ଆସନ୍ତା ୨୭ ତାରିଖରେ ଜମି ଅଧିଗ୍ରହଣ ସକାଶେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜନ ଶୁଣାଣି ହେବ l ଏହି ଜନଶୁଣାଣିକୁ ଦୃଢ ବିରୋଧ କରିଛନ୍ତି ଅଢ଼ାପଡା ଗ୍ରାମବାସୀ l ଗ୍ରାମବାସୀ ମାନେ ଗୁରୁବାର ଝାରସୁଗୁଡା ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହ ଏହାର ଏକ ନକଲ ରାଜସ୍ବ ମନ୍ତ୍ରୀ ଏବଂ ସମ୍ବଲପୁର ଆରଡିସିଙ୍କ ନିକଟକୁ ପଠାଇଛନ୍ତି l 

ଗ୍ରାମବାସୀମାନେ କହିଛନ୍ତି, ହୀରାକୁଦ ନଦୀ ବନ୍ଧ ନିର୍ମାଣ ପାଇଁ ସରକାର ଅଢ଼ାପଡା ଗ୍ରାମବାସୀଙ୍କୁ ୬୬ ବର୍ଷ ପୂର୍ବେ ବିସ୍ଥାପିତ କରି ୧୦୯୨.୫୬ ଏକର ଜମି ଦେଇ ଥଇଥାନ କରିଥିଲେ l ଏବେ ସେହି ସ୍ଥାନର ପ୍ରାୟ ୪ ଶହ ଏକର ଜମି ଓପଜିସିକୁ ପ୍ରଦାନ କରିବା ପାଇଁ ଜନ ଶୁଣାଣି ହେବାକୁ ଯାଉଛି l ଯେହେତୁ ସରକାର ବିସ୍ଥାପିତ ମାନଙ୍କୁ ଏହି ସ୍ଥାନରେ ଥଇଥାନ କରିଥିଲେ ଏବଂ ୬୬ ବର୍ଷ ହେଲାଣି ଏଠାରେ ଏହି ବିସ୍ଥାପିତ ମାନେ ରହି ଆସୁଛନ୍ତି ତେଣୁ ପ୍ରଥମେ ଉକ୍ତ ଜମିକୁ ବିସ୍ଥାପିତଙ୍କ ନାମରେ ପଟ୍ଟା ପ୍ରଦାନ କରାଯାଉ ଏବଂ ପରେ ଜନଶୁଣାଣି କରାଯାଉ ବୋଲି ଅଢ଼ାପଡା ଗ୍ରାମବାସୀମାନେ ଦାବି କରିଛନ୍ତି l

You Can Read :

ଆଉ ୪ଜିଲ୍ଲାକୁ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୨୪ଘଣ୍ଟାରେ ବିଜୁଳି ଘଡଘଡି ସହ ବର୍ଷା : ୪୮ଘଣ୍ଟା ପରେ ଗୁଳୁଗୁଳିରୁ ତ୍ରାହି !

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.