ଆଉ ୪ଜିଲ୍ଲାକୁ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୨୪ଘଣ୍ଟାରେ ବିଜୁଳି ଘଡଘଡି ସହ ବର୍ଷା : ୪୮ଘଣ୍ଟା ପରେ ଗୁଳୁଗୁଳିରୁ ତ୍ରାହି !

Published By : Prameya-News7 Bureau | June 20, 2024 IST

ଭୁବନେଶ୍ବର ୨୦।୬: ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା ଓ ଗଜପତି ଜିଲ୍ଲାର କିଛି ଅଂଶକୁ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପୂର୍ବରୁ ମାଲକାନଗିରି କୋରାପୁଟ ଜିଲ୍ଲା ଛୁଇଁଥିଲା ମୌସୁମୀ ବାୟୁ । ପାଗ ଅନୁକୂଳ ଥିବାରୁ ଆସନ୍ତା ୩ ଦିନରେ ରାଜ୍ୟର ଅନେକ ଜିଲ୍ଲାକୁ ଛୁଇଁବ ମୌସୁମୀ । 

ସେପଟେ ଆସନ୍ତା ୫ ଦିନ ଯାଏଁ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଏହାସହ ପବନର ବେଗ ଘଣ୍ଟା ପ୍ରତି ୩୦-୪୦ କିଲୋମିଟର ରହିବ । ୨୧ ଓ ୨୨ ତାରିଖରେ ବର୍ଷାର ପରିମାଣ ବଢିବ । ଆସନ୍ତା ୫ ଦିନ ଯାଏଁ ବର୍ଷା ସମ୍ଭାବନା ରହିଛି । ଏନେଇ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର । ଜିଲ୍ଲା ଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେଉଁଝର, ଅନୁଗୋଳ, ଢେଙ୍କାନାଳ, ଦେଓଗଡ, ସୁନ୍ଦରଗଡ, ଖୋର୍ଦ୍ଧା, ନୟାଗଡ, ବୌଦ୍ଧ, କନ୍ଧମାଳ, ଗଜପତି, ଗଞ୍ଜାମ, ରାୟଗଡା ଓ ପୁରୀ ଜିଲ୍ଲା । ଏଥିସହ ଆଗାମୀ ଦୁଇ ଦିନ ଯାଏଁ ଗରମ ଗୁଳୁଗୁଳିରୁ ତ୍ରାହି ନାହିଁ । ଉପକୂଳ ସମେତ ଉତ୍ତର ଉପକୂଳ ଓ ଦକ୍ଷିଣ ଓଡିଶା ମଧ୍ୟ ହେବ ସନ୍ତୁଳି । ବିଶେଷ ଭାବେ ବାଲେଶ୍ୱର , ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଓ ଗଜପତି ଜିଲ୍ଲା ହେବ ସନ୍ତୁଳି । ଆସନ୍ତା ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର କହିଛି । ସେପଟେ କଳାହାଣ୍ଡି, ରାୟଗଡ଼ା ଓ ଗଜପତି ଜିଲ୍ଲାର କିଛି ଅଂଶକୁ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପୂର୍ବରୁ ମାଲକାନଗିରି କୋରାପୁଟ ଜିଲ୍ଲା ଛୁଇଁଥିଲା ମୌସୁମୀ ବାୟୁ । ପାଗ ଅନୁକୂଳ ଥିବାରୁ ଆସନ୍ତା ୩ ଦିନରେ ରାଜ୍ୟର ଅନେକ ଜିଲ୍ଲାକୁ ଛୁଇଁବ ମୌସୁମୀ ବାୟୁ ।

ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ମଡେଲ କହୁଛି କିନ୍ତୁ ବର୍ଷା ହେଉନି । ଶୁଖିଲା ଘଡଘଡି ମାରିଲେ ଏଭଳି ସ୍ଥିତି ଦେଖା ଦେଇପାରେ।  ରାଜ୍ୟରେ ମୌସୁମୀ ବର୍ଷା ପାଇଁ ଲାଗିପାରେ ଆଉ ଦୁଇ ଦିନ । ବୁଧବାର ମଧ୍ୟ ବର୍ଷା ବିଶେଷ ହୋଇନି । ଗୁରୁବାର ହୁଏତ ବର୍ଷା କେତେକ ସ୍ଥାନରେ ହୋଇପାରେ । ତେବେ ସାରା ରାଜ୍ୟରେ ବର୍ଷା ହେବା ପାଇଁ ୨୪ ତାରିଖ ମଧ୍ୟରେ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ବର୍ଷାର ସର୍ବାଧିକ ପ୍ରଭାବ ୨୬ ତାରିଖରୁ ଦେଖାଦେବ । ଯାହା ୨୯ ତାରିଖ ଯାଏଁ ଲାଗି ରହିବ ।  ୨୬ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଯାହା ଫଳରେ ବର୍ଷାର ପରିମାଣ ବଢିପାରେ । ବିଶେଷ କରି ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ରହୁଛି । ସେପଟେ ରାଜ୍ୟରେ ଏବେ ବିଶେଷ ତାପମାତ୍ରା ବୃଦ୍ଧି ପାଇବନି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ । ଗତ ୨୪ ଘଣ୍ଟାରେ ସର୍ବାଧିକ ବର୍ଷା ୪୭ ମଲିମିଟର ନବରଙ୍ଗପୁରରେ ରେକର୍ଡ କରାଯାଇଛି ।  ସେହିପରି ୪୨.୩ ନୂଆପଡ଼ା ଜିଲ୍ଲାରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି । 

You Can Read :

ମାଈ ହାତୀ ଛୁଆର ମୃତ୍ୟୁ, ଅଂଶୁଘାତରେ ମୃତ୍ୟୁ ସନ୍ଦେହ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.