ବାହାରଣା ଗାଁରେ ଜଳବନ୍ଦୀ ପରିସ୍ଥିତି, ୧୦ ଦିନ ହେବ ୧୦ ପରିବାର ବାହାରିପାରୁନାହାଁନ୍ତି ଘରୁ

Published By : Prameya-News7 Bureau | September 27, 2024 IST

ନୀଆଳି ୨୭/୦୯: ଲଗାଣ ବର୍ଷା ଯୋଗୁଁ ୧୦ ଦିନ ହେବ ୧୦ ପରିବାର ଜଳବନ୍ଦୀ ହୋଇ ଜୀବନ ବିତାଉଥିବା ବେଳେ ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧି ମାନେ କୌଣଶି ପଦକ୍ଷେପ ଗ୍ରହଣ ନକରିବାକୁ ନେଇ ଗ୍ରାମରେ ଦେଖାଦେଇଛି ଅସନ୍ତୋଷ । କଟକ ଜିଲ୍ଲା ନିଆଳୀ ବାହାରଣା ଗ୍ରାମର ପାଟ ସାହିରେ ଦେଖିବାକୁ ମିଳିଛି ଏଭଳି ସଂଗୀନ୍ ପରିସ୍ଥିତି ।

ଜଳବନ୍ଦୀରେ ୧୦ ପରିବାର । ଘରୁ ଗୋଡ଼ କାଢିଲେ ଚାରିଆଡେ ପାଣି ଆଉ ପାଣି । ଆଣ୍ଠୁଏ ପାଣିରେ ଯାଆ ଆସ କରୁଛନ୍ତି ଲୋକେ । ଏ ଦୃଶ୍ୟ ହେଉଛି କଟକ ନିଆଳୀ ବାହରଣା ପଞ୍ଚାୟତ ପାଟ ସାହିର । ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଜଳ ନିଷ୍କାସନର ସୁବିଧା ନଥିବାରୁ ଜଳବନ୍ଦୀ ଜୀବନ କାଟୁଛନ୍ତି ଏହି ସାହିର ୧୦ ପରିବାର । ବିଷାକ୍ତ ସାପ ଓ ସରିସୃପ ସଂଗଙ୍କୁ ମଶା ଡାଉଁଶ ମାନଙ୍କର ଭୟ ଲାଗି ରହିଥିବା ବେଳେ ଥଣ୍ଡା ଜ୍ଵରରେ ପଡ଼ି ପିଲାମାନଙ୍କର ସ୍କୁଲ ଜିବା ହୋଇଛି ବନ୍ଦ । ଭୋକ ଉପାସରେ ପଡ଼ିଛନ୍ତି ଗୃହପାଳିତ ଗାଇ ଗୋରୁ ।ଯାହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.