ରାଜ୍ୟରେ ପାଗ ଏବେ ଶୁଖିଲା ରହିବ, ଦୁଇ ଦିନ ପରେ ବଢିପାରେ ତାପମାତ୍ରା

Published By : Prameya-News7 Bureau | February 28, 2025 IST

ଭୁବନେଶ୍ୱର ୨୮।୦୨ : ରାଜ୍ୟରେ ପାଗ ଏବେ ଶୁଖିଲା ରହିବ। ଦୁଇଦିନ ପରେ ଦିନ ଓ ରାତି ତାପମାତ୍ରା ଧୀରେ ଧୀରେ ବଢ଼ିବା ସମ୍ଭାବନା ଅଛି । ପ୍ରାୟ ୨ରୁ ୩ ଡିଗ୍ରୀ ସେଲସିୟସ୍‌ ବଢ଼ିପାରେ ଦିନ ଓ ରାତି ତାପମାତ୍ରା । ଏଭଳି  ପୂର୍ବାନୁମାନ କରିଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି । 

ରାଜ୍ୟରେ ଖରା ବଢ଼ିବା  ଆରମ୍ଭ ହୋଇଛି। ଅଧିକାଂଶ  ସ୍ଥାନରେ ଦିନ ତାପମାତ୍ରା ୩୪ ଡିଗ୍ରୀ ସେଲସିୟସ୍‌ ପାଖାପାଖି ରହିଛି। ୬ଟି ସ୍ଥାନରେ ପାରଦ  ୩୪ ଡିଗ୍ରୀ ସେଲସିୟସ୍‌ ଉପରେ ରହୁଛି। ବଲାଙ୍ଗୀର ଓ   ବୌଦ୍ଧରେ ପାରଦ ୩୬ ଡିଗ୍ରୀ  ଥିବା ବେଳେ ଝାରସୁଗୁଡ଼ା ୩୫.୬, ସମ୍ବଲପୁର ୩୫.୩, ଟିଟିଲାଗଡ଼   ୩୫.୫, ନବରଙ୍ଗପୁର ୩୫  ଡିଗ୍ରୀ ସେଲସିୟସ୍‌ ଛୁଇଁଥିଲା ।  

ରାଜ୍ୟର ୧୭ଟି ସ୍ଥାନରେ ଦିନର  ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରୀ  କିମ୍ବା ତା’ଠାରୁ ଅଧିକ ଥିଲା । ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ଦୁଇ ସପ୍ତାହ ପାଇଁ ଜାରି  ପୂର୍ବାନୁମାନ ଅନୁସାରେ ଆସନ୍ତା  ୫ ତାରିଖ ଭିତରେ ରାଜ୍ୟର ଅନେକ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୧ରୁ ୩ ଡିଗ୍ରୀ   ଅଧିକ ରହିପାରେ। ମାର୍ଚ୍ଚ ୬ରୁ ୧୨ ତାରିଖ ଭିତରେ ପୂର୍ବ ଭାରତର ଅନେକ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ଅଧିକ   ରହିବା ସମ୍ଭାବନା ଅଛି । ଏଭଳି ହେଲେ ଓଡ଼ିଶାରେ ବି ଦିନର ତାପମାତ୍ରା ଅଧିକ ରହିପାରେ ।

ଆରପାରିରେ ଓଲିଉଡର ଭେଟେରାନ ଅଭିନେତା ଉତ୍ତମ ମହାନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.