ଟ୍ରପ୍ ଲାଇନ୍ ପ୍ରଭାବରେ ଆଜି ୮ ଜିଲ୍ଲାକୁ ବର୍ଷା ଅନୁମାନ, ୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ୧ରୁ ବଢ଼ିବ ତାତି

Published By : Prameya-News7 Bureau | February 24, 2025 IST

ଭୁବନେଶ୍ଵର ୨୪।୦୨: ନିମ୍ନ ଚାପରେଖା (ଟ୍ରଫ୍‌ଲାଇନ) ପ୍ରଭାବରେ  ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ଜାରି ରହିଛି । ସୋମବାର ରାଜ୍ୟର ୮ଟି ଜିଲ୍ଲାରେ  ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ଜିଲ୍ଲାରେ  ଘଡ଼ଘଡ଼ି ସହ ପବନ ଆଶଙ୍କା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।  

ମଙ୍ଗଳବାରଠାରୁ ରାଜ୍ୟରେ ପାଗ ଶୁଖିଲା ରହିବ । ସୋମବାର ମୟୂରଭଞ୍ଜ,  କେନ୍ଦୁଝର, ବାଲେଶ୍ୱର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଗଜପତି ଓ ଗଞ୍ଜାମ  ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ଅଛି । ବାକି ସ୍ଥାନରେ  ପାଗ ଶୁଖିଲା ରହିବ । ମଙ୍ଗଳବାରଠାରୁ ରାଜ୍ୟରେ ପାଗ ଫିଟିବ । ବର୍ତ୍ତମାନ ରାତି  ତାପମାତ୍ରା ଅଧିକ ରହୁଥିବାବେଳେ ଏବେ ବିଶେଷ କିଛି ପରିବର୍ତ୍ତନ ସମ୍ଭାବନା ନାହିଁ । 

ଅପରପକ୍ଷରେ ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ  ଚନ୍ଦ୍ର ସାହୁଙ୍କ ଆକଳନ ହେଲା, ଏବେ ଦିନ ତାପମାତ୍ରା ବିଶେଷ ବଢ଼ିବନି । ଆସନ୍ତା  ୨୭/୨୮ ତାରିଖ ବେଳକୁ ଦିନ ତାପମାତ୍ରା ସାମାନ୍ୟ ବଢ଼ିପାରେ । ମାର୍ଚ୍ଚ ୧ରୁ ତାତି  ବଢ଼ିପାରେ । ୧ ତାରିଖ ବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜାଗାରେ ତାପମାତ୍ରା ୩୭ କିମ୍ବା ୩୮ ଡିଗ୍ରୀ  ସେଲସିୟସ୍‌ ଛୁଇଁପାରେ । ଭୁବନେଶ୍ୱର ତାପମାତ୍ରା ମଧ୍ୟ  ୩୭ ଡିଗ୍ରୀ ପହଞ୍ଚିପାରେ । 

ରବିବାର ପାରଳାଖେମୁଣ୍ଡି ତାପମାତ୍ରା ୩୬ ଡିଗ୍ରୀ  ସେଲସିୟସ୍‌ ଥିବାବେଳେ ମାଲକାନଗିରି ୩୫.୬,  ବଲାଙ୍ଗୀର ୩୫, ସମ୍ବଲପୁର ୩୪.୪, ଝାରସୁଗୁଡ଼ାରେ ୩୪  ଡିଗ୍ରୀ ଥିଲା । ଭୁବନେଶ୍ୱର ତାପମାତ୍ରା ୩୩.୩ ଡିଗ୍ରୀ ଥିଲା ।  ଆଜି ଦିନ ଭିତରେ ଭଦ୍ରକ, ଚାନ୍ଦବାଲି ଓ ବାଲେଶ୍ୱରରେ  କିଛି କିଛି ବର୍ଷା ହୋଇଥିବା ରେକର୍ଡ ହୋଇଛି ।

 

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.