ଆସନ୍ତା ଏକ ଦଶନ୍ଧିରେ ମାନବ ସମାଜ ଉପରେ ଭାରି ପଡ଼ିବ AI ! ୪୨ ପ୍ରତିଶତ ସିଇଓଙ୍କ ବଡ ଦାବି

Published By : Prameya-News7 Bureau | June 16, 2023 IST

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ବା କୃତିମ ବୁଦ୍ଧିମତାର ଆରମ୍ଭ ଏବଂ ବ୍ୟବହାରପରଠୁ ଏହାକୁ ନେଇ ସବୁଠି ଚର୍ଚ୍ଚା ଜାରି ରହିଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିର ଲାଭ ଏବଂ କ୍ଷତିକୁ ନେଇ ବିଭିନ୍ନ ଯୁକ୍ତି ରଖାଯାଉଛି । ଅନେକ ବିଶିଷ୍ଟ ବ୍ୟକ୍ତି, ଏପରିକି ଏଆଇର ଗଡଫାଦର ମଧ୍ୟ ଏଆଇକୁ ବିପଦର ଘଣ୍ଟି ବୋଲି କହିସାରିଛନ୍ତି । ଟେସଲା ଏବଂ ଟ୍ୱିଟର ମାଲିକ ଏଲନ ମସ୍କ ମଧ୍ୟ ଏଆଇକୁ ମାନବ ସମାଜ ପାଇଁ ବିପଦ ବୋଲି କହିସାରିଛନ୍ତି ।

{"id":804373,"sizeSlug":"large","linkDestination":"none"}

ନିକଟରେ ୟାଲେ ସିଇଓ ସମିଟରେ ସିଏନଏନ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁସାରେ, ୪୨ ପ୍ରତିଶତ ସିଇଓଙ୍କ ବିଶ୍ୱାସ କରନ୍ତି ଯେ ଆଗାମୀ ୫ରୁ ୧୦ ବର୍ଷରେ ଏଆଇ ମାନବ ଜାତି ଉପରେ ଭାରି ପଡ଼ିବ । ସର୍ଭେରେ କୋକା-କୋଲା, ୱାଲମାର୍ଟ, ଜୁମ ଏବଂ ଜେରକ୍ସ ସହ ୧୧୯ କମ୍ପାନିର ସିଇଓ ଏଥିରେ ସାମିଲ ହୋଇଥିଲେ । ସର୍ଭେର ପରିମାଣ ସାମନାକୁ ଆସିବା ପରେ ୟାଲେ ପ୍ରଫେସର ଜେଫରୀ ନୋନନଫେଲ୍ଡ କହିଛନ୍ତି ଯେ ଯଦି ସତରେ ଏହା ହୁଏ ତେବେ ଏହା ସବୁଠୁ ଘାତକ ସାବ୍ୟସ୍ତ ହେବ ।

{"id":804372,"sizeSlug":"full","linkDestination":"none"}
FOX NEWS

ରିପୋର୍ଟ ଅନୁସାରେ ୩୪ ପ୍ରତିଶତ ସିଇଓଙ୍କ କହିଛନ୍ତି ଯେ ଆସନ୍ତା ୧୦ ବର୍ଷରେ ଏଆଇ ମାନବ ସମାଜ ଉପରେ ଭାରି ପଡ଼ିବ । ଅନ୍ୟପଟେ ୮ ପ୍ରତିଶତଙ୍କ ଦାବି ଆସନ୍ତା ୫ ବର୍ଷ ଭିତରେ ଏହାର ପ୍ରଭାବ ଦେଖିବାକୁ ମିଳିବ । ଗୋଟିଏ ପଟେ ୪୨ ପ୍ରତିଶତ ସିଇଓଙ୍କ ଦାବି ଯେ ଏଆଇ ମଣିଷ ସମାଜ ଉପରେ ଭାରି ପଡ଼ିବ, ଅନ୍ୟପଟେ ୫୮ ପ୍ରତିଶତ ବିଶ୍ୱାସ ଏଆଇ ମଣିଷ ସମାଜ ଉପରେ ଭାରି ପଡିବ ନାହିଁ ।

Also Read: ପୁଣି ଛଟେଇ କରିବ ଓରାକଲ; ଏଥର ସ୍ୱାସ୍ଥ୍ୟ ବିଭାଗରେ ବିଦା ହେବେ କର୍ମଚାରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.