ନୂଆଦିଲ୍ଲୀ: ଲେନୋଭୋ ପିସି(ପର୍ସନାଲ୍ କମ୍ପ୍ୟୁଟର) ଉତ୍ପଦାନର ହବ୍ ଭାରତ। ଆସନ୍ତା ୩ ବର୍ଷରେ ଲିନୋଭ ଭାରତରେ ୧୦୦ ପ୍ରତିଶତ କମ୍ପ୍ୟୁଟର ଉତ୍ପାଦନ କରିବ। ଏନେଇ ଲେନୋଭୋ କମ୍ପାନୀର ବରିଷ୍ଠକାର୍ଯ୍ୟକାରୀ ଅଧିକାରୀମାନେ ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ ଏଆଇ ଟେକ୍ନୋଲୋଜୀ ଥିବା କମ୍ପ୍ୟୁଟର ମଧ୍ୟ ଏଠାରେ ଉତ୍ପାଦନ ହେବ ବୋଲି କମ୍ପାନୀ କହିଛି। ବୁଧବାର ଲେନୋଭୋ ଭାରତରେ ବ୍ୟବସାୟ କରିବାର ୨୦ ବର୍ଷ ପୂର୍ତ୍ତି ହୋଇଛି। ତେଣୁ ଜନ୍ମଦିନ ପାଳନ ଅବସରରେ କମ୍ପାନୀର ଏଠାରେ ଏହାର କମ୍ପ୍ୟୁଟର ବ୍ୟବସାୟ ସମ୍ପୂର୍ଣ୍ଣ ପରିଚାଳନା କରିବ ବୋଲି ଘୋଷଣା କରିଛି।
ପଢନ୍ତୁ- ବିକଶିତ ଭାରତରେ ମହିଳାଙ୍କ ଯୋଗଦାନ ରହିବ ୭୦ %: କେନ୍ଦ୍ର ଶ୍ରମ ସଚିବ
ଲେନୋଭୋ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଶୈଳେନ୍ଦ୍ର କଟିଆଲ କହିଛନ୍ତି ଯେ ଭାରତରେ ମୋଟ ପିସି ବିକ୍ରୟର ୩୦ ପ୍ରତିଶତ କମ୍ପାନୀ ଦେଶରେ ଉତ୍ପାଦନ କରୁଛି, ଆସନ୍ତା ବର୍ଷ ଏହା ୫୦ ପ୍ରତିଶତରେ ପହଞ୍ଚିବ, ଏବଂ ଶେଷ ତିନି ବର୍ଷ ମଧ୍ୟରେ ୧୦୦ ପ୍ରତିଶତରେ ଉତ୍ପାଦନ ଭାରତରେ କରାଯିବ ବୋଲି ସେ କହିଛନ୍ତି। କେବଳ ସେତିକି ନୁହେଁ, ପ୍ରଥମ ଏଆଇ-ଚାଳିତ ସର୍ଭରଗୁଡ଼ିକ ଭାରତୀୟ ଉତ୍ପାଦନ କେନ୍ଦ୍ରରୁ ଏପ୍ରିଲ ୧ ଆରମ୍ଭ ହେବ ବୋଲି ସେ କହିଛନ୍ତି।
ସୂଚନା ଥାଉକି ଗତ ବର୍ଷ ସେପ୍ଟେମ୍ବରରେ, ଲେନୋଭୋ ପୁଡୁଚେରୀରେ ଏକ ଉତ୍ପାଦନ ବ୍ୟବସ୍ଥା ଆରମ୍ଭ କରିଥିଲା ଯାହା ବାର୍ଷିକ ପ୍ରାୟ ୫୦ ହଜାର ଏଣ୍ଟରପ୍ରାଇଜ୍ AI ସର୍ଭର ଏବଂ ୨,୪୦୦ ହାଇ-ଏଣ୍ଡ ଗ୍ରାଫିକ୍ସ ପ୍ରୋସେସିଂ ୟୁନିଟ୍ (GPU) ୟୁନିଟ୍ ଉତ୍ପାଦନ କରିବ।
ଲେନୋଭୋ, ଭାରତରେ ଏହାର ଉତ୍ପାଦନ ଭିତ୍ତିକୁ ମଜବୁତ କରିବା ସହିତ, ଏଆଇ ପ୍ରତିଭା ଉପରେ ମଧ୍ୟ ନଜର ରଖିଛି, ଏବଂ ଏହାର ଗବେଷଣା ଏବଂ ବିକାଶ କ୍ଷମତାକୁ ବିସ୍ତାର କରିବାକୁ ଚାହୁଁଛି। କମ୍ପାନୀ ବେଙ୍ଗାଲୁରୁରେ ଆଉ ଏକ R&D କେନ୍ଦ୍ର ସ୍ଥାପନ କରିବାର ଘୋଷଣା କରିଛି, କାରଣ କମ୍ପାନୀ ଭାରତରେ ହିଁ ଏହାର ଏଆଇ ହବ୍ ଗଢ଼ି ତୋଳିବାକୁ ଚାହୁଁଛି। ଏଆଇ ଆସିଲେ ଲେନୋଭୋ ଭାରତରେ ପ୍ରବଳ ବ୍ୟବସାୟ କରିବ ବୋଲି ଆଶା କରୁଛି। ବାର୍ଷିକ ଆଧାରରେ ଲେନୋଭର ଭାରତରେ ରାଜସ୍ୱ ୨.୫ ବିଲିୟନ ଡଲାରକୁ ବୃଦ୍ଧି ପାଇଛି।
ପଢନ୍ତୁ- ଭାରତରେ ବଢ଼ୁଛି ଧନୀଙ୍କ ସଂଖ୍ୟା: ବିଶ୍ୱରେ ଚତୁର୍ଥ ସ୍ଥାନରେ ଇଣ୍ଡିଆ, ନମ୍ବର ୱାନ୍ରେ ଆମେରିକା
ଭାରତରେ ଆମର ଉତ୍ପାଦନ କେବଳ ଭାରତକୁ ମଜଭୁତ କରିବାର ନୁହେଁ, ଭାରତକୁ ରପ୍ତାନୀର ଏକ ହବ୍ କରିବା ମଧ୍ୟ ଆମର ଉଦ୍ଦେଶ୍ୟ। ୨୦୨୪ରେ କମ୍ପାନୀ ୧୮ ହଜାର କୋଟି ଟଙ୍କାର ନିର୍ମାଣ କରି ଭାରତରେ ଓ ବାହାରକୁ ବି ରପ୍ତାନୀ କରିଥିଲୁ ବୋଲି ଲିନୋଭର ଆନ୍ତର୍ଜାତୀୟ ବଜାର ଅଧ୍ୟକ୍ଷ ମାଥ୍ୟୁ ଜିଲିନସ୍କି କହିଛନ୍ତି। କେବେଳ କମ୍ପ୍ୟୁଟର କିମ୍ବା ଲ୍ୟାପଟପ ନୁହେଁ, କମ୍ପାନୀର ସ୍ମାର୍ଟ୍ପୋନ ମୋଟୋରୋଲା ବ୍ୟବସାୟ ମଧ୍ୟ ଭଲ ହେଉଛି। ଭାରତରେ ମୋଟୋରୋଲ ମାର୍କେଟ୍ ଶେୟାର ୮ ପ୍ରତିଶତରେ ପହଞ୍ଚିଛି ବୋଲି ମାଥ୍ୟୁ ଜିଲିନସ୍କି କହିଛନ୍ତି।। ସୂଚନା ଥାଉକି ଲେନୋଭୋ ଭାରତରେ ୧୦୦ ପ୍ରତିଶତ ମୋଟୋରୋଲା ସ୍ମାର୍ଟଫୋନ୍ ଉତ୍ପାଦନ କରୁଛି ଓ ଏହିଠାରୁ ସାରା ବିଶ୍ୱକୁ ରପ୍ତାନି କରୁଛି ବୋଲି ଦାବି କରୁଛି। ଭାରତରେ କମ୍ପାନୀର ୧୪ ହଜାର କର୍ମଚାରୀ ଅଛନ୍ତି। ଏଥିମଧ୍ୟରୁ ପ୍ରାୟ ୪୦୦ କର୍ମଚାରୀ ବେଙ୍ଗାଲୁରୁରେ ଏହାର ସଦ୍ୟ ଆରମ୍ଭ ହୋଇଥିବା R&D କେନ୍ଦ୍ରରେ ନିଯୁକ୍ତି ପାଇଛନ୍ତି।
ପଢନ୍ତୁ - 'ଭାରତର ଅର୍ଥନୀତି ଉପରେ ଚାପ ପକାଉଛନ୍ତି ଆମେରିକା ଓ ୟୁରୋପ, ଏବେ ସମୟ ଆସିଛି ନିଜେ ରଣନୀତି ତିଆରି କର'