ଦେଶରେ ବଢ଼ୁଛି ବାୟୁ ପ୍ରଦୂଷଣ; ପ୍ରତି ବର୍ଷ ପ୍ରାଣ ହରାଉଛନ୍ତି ୩୩ ହଜାର ଲୋକ

Published By : Prameya-News7 Bureau | July 04, 2024 IST

ନୂଆଦିଲ୍ଲୀ: ଦେଶରେ ବାୟୁ ପ୍ରଦୂଷଣ ଗମ୍ଭୀର ରୂପ ଧାରଣ କରିଛି । ଭାରତରେ ପବନର ମାନକ ନିମ୍ନମାନର ରହିଛି । କିଛି ସହରରେ ବାୟୁର ମାନକ ଅତି ନିମ୍ନମାନର ରହିଛି । ଫଳରେ ଲୋକେ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ବାୟୁ ପ୍ରଦୂଷଣ ଯୋଗୁ ଦେଶରେ ପ୍ରତି ବର୍ଷ ୩୩ ହଜାର ଲୋକ ମୃତ୍ୟୁ ହୋଇଛି । 

ଏକ ଅଧ୍ୟୟନରୁ ଜଣା ପଡ଼ିଛି, ଭାରତରେ ବାୟୁ ପ୍ରଦୂଷଣ ଗମ୍ଭୀର ହେଉଛି । ଏହାକୁ ନେଇ ବିଶେଷଜ୍ଞ ମାନେ ଚିନ୍ତା ପ୍ରକଟ କରିଛନ୍ତି । ଗବେଷଣା ଜଣାପଡ଼ିଛି ଯେ ଦେଶର ୧୦ ସହରେ ବାୟୁ ପ୍ରଦୂଷଣ ଅତି ନିମ୍ନମାନର ରହଛି । ପ୍ରତି ବର୍ଷ ବାୟୁ ପ୍ରଦୂଷଣ ଯୋଗୁ ୩୩ ହଜାର ଲୋକ ପ୍ରାଣ ହରାଉଛନ୍ତି । ରିପୋର୍ଟ ଅନୁଯାୟୀ, ଭାରତରେ ସ୍ବଚ୍ଛ ବାୟୁର ମାନକ, ଅନ୍ତରାଷ୍ଟ୍ରୀୟ ସ୍ତର ଠାରୁ ଅଧିକ  । କିନ୍ତୁ କିଛି ସହରରେ ବାୟୁ ପ୍ରଦୂଷଣ ସମସ୍ୟା ସୃଷ୍ଟି କରିଛି । ପ୍ରଦୂଷିତ ବାୟୁ ଯୋଗୁ ବିଭିନ୍ନ ରୋଗର ଶିକାର ହେଉଛନ୍ତି ଲୋକେ । ଫଳରେ ଲୋକଙ୍କର ଜୀବନ ମଧ୍ୟ ଚାଲି ଯାଉଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.