ଗୋଟିଏ ଘଣ୍ଟାରେ ବିରୋଧୀ ନେତାରୁ ଉପମୁଖ୍ୟମନ୍ତ୍ରୀ ହେଲେ ଅଜିତ୍ ପାଓ୍ଵାର, ଜାଣନ୍ତୁ କେମିତି ବଦଳିଗଲା ସମୀକରଣ

Published By : Prameya-News7 Bureau | July 02, 2023 IST

ମୁମ୍ବାଇ: ମହାରାଷ୍ଟ୍ରର ରାଜନୀତିରେ ରବିବାର ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟ ରାଜନୀତିରେ ଅପ୍ରତ୍ୟାଶିତ ଦୃଶ୍ୟ ଦେଖିବାକୁ ମିଳିଛି। ଅଜିତ୍ ପାଓ୍ଵାର ଗୋଟିଏ ଘଣ୍ଟା ଭିତରେ ବିରୋଧୀ ଦଳ ନେତାରୁ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ରାଜନୈତିକ ଘଟଣାକ୍ରମରେ ଏତେ ଶୀଘ୍ର ପରିବର୍ତ୍ତନ ଘଟିଲା ଯେ, କେହି କିଛି ବୁଝିବା ଆଗରୁ ଅଜିତ୍ ପାଓ୍ଵାର ସମର୍ଥକ ବିଧାୟକଙ୍କ ସହିତ ରାଜଭବନ ପହଞ୍ଚିଥିଲେ। ଏହା ପରେ ଡେପୁଟୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ତାଙ୍କ ବ୍ୟତୀତ ୮ ଏନସିପି ବିଧାୟକ ମଧ୍ୟ ମନ୍ତ୍ରୀ ପଦର ଶପଥ ନେଇଛନ୍ତି।  ବିଧାୟକଙ୍କ ମଧ୍ୟରେ ଅଛନ୍ତି ଧର୍ମରାଓ ଅତ୍ରମ, ସୁନୀଲ ବଲସାଡ଼େ, ଆଦିତି ତଟକରେ, ହସନ ମୁଶ୍ରୀଫ, ଛଗନ ଭୁଜବଳ, ଧନ୍ନୀ ମୁଣ୍ଡେ, ଅନିଲ ପାଟିଲ୍, ଦିଲୀପ ବଲସେ ପାଟିଲ୍ ସାମିଲ୍। ଏହି ସମୟରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଣବିସଙ୍କ ସହିତ ସମସ୍ତ ମନ୍ତ୍ରୀ ମଧ୍ୟ ରାଜଭବନରେ ଉପସ୍ଥିତ ଥିଲେ। ଏନସିପି ନେତା ପ୍ରଫୁଲ୍ ପଟେଲ୍ ମଧ୍ୟ ରାଜଭବନରେ ଥିଲେ, ଯାହାଙ୍କୁ ଶରଦ ପାଓ୍ଵାରଙ୍କ ନିକଟତର କୁହାଯାଏ।

Image

ଗୋଟିଏ ଘଣ୍ଟାରେ ବଦଳିଗଲା ସମୀକରଣ

ମହାରାଷ୍ଟ୍ର ରାଜନୀତି ରବିବାର ଏମିତି ମୋଡ଼ ନେଲା ଯେ, ଏହାର ସୂଚନା ତେବେ ମିଳିଲା ଯେବେ ଅଜିତ୍ ପାଓ୍ଵାର ନିଜର ସମର୍ଥକ ବିଧାୟକଙ୍କ ସହିତ ରାଜଭବନରେ ପହଞ୍ଚିଲେ। ସର୍ବପ୍ରଥମେ ଅଜିତ୍ ପାଓ୍ଵାର ସମର୍ଥକ ବିଧାୟକଙ୍କ ସହିତ ବାସଭବନରେ ବୈଠକ କରିଥିଲେ। ଏହାପରେ ୧୭ ବିଧାୟକଙ୍କ ସହିତ ସିନ୍ଦେ ସରକାରଙ୍କୁ ସମର୍ଥନ ଦେବା ପାଇଁ ରାଜଭବନ ପହଞ୍ଚିଥିଲେ। ପାଓ୍ଵାର ପହଞ୍ଚିବା ପରେ ରାଜଭବନରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଣବିସଙ୍କ ସହ ଅନେକ ମନ୍ତ୍ରୀ ପହଞ୍ଚିଥିଲେ। ଏହା ପରେ ପାଓ୍ଵାରଙ୍କୁ ରାଜ୍ୟପାଳ ଉପମୁଖ୍ୟମନ୍ତ୍ରୀ ପଦରେ ଶପଥ ଗ୍ରହଣ କରାଇଥିଲେ।

Image

ପୁତୁରାଙ୍କ ବିଦ୍ରୋହ ପରେ ଏବେ ଶରଦ ପାଓ୍ଵାରଙ୍କ ଏନସିପି ପାର୍ଟି ବିଭାଜନର ଦ୍ଵାରରେ ପହଞ୍ଚି ଯାଇଛି। ଦେଖିବାକୁ ବାକି ରହିଲା ଆଗାମୀ ସମୟରେ ଶରଦ ପାଓ୍ଵାର କେଉଁ ପଦକ୍ଷେପ ନେଉଛନ୍ତି। ଏନସିପିର ମହାରାଷ୍ଟ୍ର ସଭାପତି ଭାବେ କାମ କରିବାର ସୁଯୋଗ ନ ଦେବାରୁ ଅଜିତ୍ ପାଓ୍ଵାର ଖୁବ୍ ଅସନ୍ତୁଷ୍ଟ ଥିବା କୁହାଯାଉଛି। ଆଜି ଅନୁଷ୍ଠିତ ବୈଠକରେ ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଫୁଲ୍ ପଟେଲ୍‌ ଏବଂ ସୁପ୍ରିୟା ସୁଲେ ମଧ୍ୟ ଉପସ୍ଥିତ ଥିଲେ। କିନ୍ତୁ ସୁଲେ ବୈଠକକୁ ଅଧାରେ ଛାଡ଼ି ଚାଲି ଯାଇଥିଲେ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ୨୦୨୩ ଏପ୍ରିଲରେ ଅଜିତ୍ ପାଓ୍ଵାର ସ୍ପଷ୍ଟ ଶବ୍ଦରେ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ। ସେ କହିଥିଲେ, ମୁଖ୍ୟମନ୍ତ୍ରୀ  ହେବାକୁ ଚାହୁଁଛି ଏବଂ ୨୦୨୪ରେ କଣ ପାଇଁ ଏବେ ସେ ମୁଖ୍ୟମନ୍ତ୍ରୀ ପଦର ପ୍ରବଳ ଦାବିଦାର। ସେ ଏହା ମଧ୍ୟ ପ୍ରଶ୍ନ ଉଠାଇଥିଲେ ଯେ, ୨୦୦୪ରେ ଯେବେ ଏନସିପି କଂଗ୍ରେସଠୁ ଅଧିକ ସିଟ୍ ଜିତିଥିଲା, ତେବେ ପାର୍ଟି ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାର ସୁଯୋଗ ହାତଛଡ଼ା କରିଥିଲେ।

wp:heading {"level":4}

ଏ ଖବର ପଢନ୍ତୁ- ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ବଢିବ ସିନ୍ଦେଙ୍କ ଶକ୍ତି, ମୋଦୀ ସରକାରରେ ମିଳିବ ଦୁଇ ବିଭାଗ ! ରାଜ୍ୟରେ ହେବ ମନ୍ତ୍ରିମଣ୍ଡଳ ସଂପ୍ରସାରଣ

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.