ଭୁବନେଶ୍ବର ୯।୮: ଫୁଲୁଛି ଦୟା ଓ ଭାର୍ଗବୀ ନଦୀ । ଏଥିପାଇଁ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ଆଲର୍ଟ । କଣାସ, ଭାପୁର, ନୟାଗଡ଼, ବାଙ୍କୀରେ ପସିଛି ବନ୍ୟା ପାଣି । ଅଧିକାରୀ ମାନେ ସ୍ଥିତି ଉପରେ ନଜର ରଖିଛନ୍ତି । ହୀରାକୁଦରେ ଶୁକ୍ରବାର ସକାଳ ୮ଟାରେ ୮ଟି ଗେଟ୍ ଖୋଲିଛି । ମୋଟ୍ ୧୪ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ହୀରାକୁଦରେ ୨ ଲକ୍ଷ ୬୦ ହଜାର ଜଳ ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୫୦ ହଜାର ଜଳ ନିଷ୍କାସିତ ହେଉଛି । ଖଇରମାଳରେ ୩ ଲକ୍ଷ ୪୦ ହଜାର କ୍ୟୁସେକ ପାଣି ବର୍ତ୍ତମାନ ପ୍ରବାହିତ ହେଉଛି ।
ମୁଣ୍ଡଳୀରେ ଦିନ ୧୧ଟା ସୁଦ୍ଧା ୫ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ବର୍ତ୍ତମାନ ସୁଦ୍ଧା ଦୟା, ଭାର୍ଗବୀରେ ପାଣି ଅଧିକ ପ୍ରବାହିତ ହେଉଛି । ସେଥିପାଇଁ ଖୋର୍ଦ୍ଧା, ପୁରୀ ଜିଲ୍ଲାରେ ଜଳ ସମ୍ପଦ ବିଭାଗ ଅଧିକାରୀ ମାନେ ଆଲର୍ଟ ରହିଛନ୍ତି । ବାକି ଅନ୍ୟ କୌଣସି ନଦୀରେ ଜଳସ୍ତର ବୃଦ୍ଧି ହୋଇନାହିଁ କି ବନ୍ୟା ସ୍ଥିତି ନାହିଁ । ଆଗକୁ ବଡ ବର୍ଷାର ସମ୍ଭାବନା ରାଜ୍ୟରେ ନଥିବା ବେଳେ ମହାନଦୀ ଉପର ମୁଣ୍ଡରେ ମଧ୍ୟ ନଥିବା ଆଇଏମଡି କହୁଛି । ଏଣୁ ଚିନ୍ତା କରିବା ଭଳି ସ୍ଥିତି ନାହିଁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।
You Can Read:
ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ଆୟୋଜିତ କ୍ରାନ୍ତି ଦିବସ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ