ଭୁବନେଶ୍ବର ୯।୮: ଆଜି ପାଳିତ ହେଉଛି କ୍ରାନ୍ତି ଦିବସ । ଭୁବନେଶ୍ବରରେ ଆୟୋଜିତ କ୍ରାନ୍ତି ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି । ସହିଦ ସ୍ମାରକୀ ସ୍ବାଧୀନତା ସଂଗ୍ରାମୀ ସଦନ ଠାରେ ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ଆୟୋଜିତ କ୍ରାନ୍ତି ଦିବସ ସମାରୋହରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଅଗଷ୍ଟ ୯ ତାରିଖ ଭାରତ ଛାଡ଼ ଆନ୍ଦୋଳନ ଦିବସ । ଏହି ଦିନକୁ ଭାରତର ସ୍ବାଧୀନତା ଆନ୍ଦୋଳନରେ କ୍ରାନ୍ତି ଦିବସ ଭାବେ ମଧ୍ୟ ପାଳନ କରାଯାଏ । ଦେଶ ପାଇଁ ସହିଦ ହୋଇଥିବା ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ପ୍ରତି ବର୍ଷ ଆଜି ଦିନକୁ ଅଗଷ୍ଟ କ୍ରାନ୍ତି ଦିବସ ପାଳନ କରାଯାଏ ।
ଶୁକ୍ରବାର ଜାତୀୟ ପତାକା ଉତ୍ତୋଳନ ସହ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଓ ରାମଧୂନ ତଥା ସହିଦଙ୍କ ଦାୟାଦଙ୍କୁ ସମ୍ବର୍ଦ୍ଧିତ କରାଯାଉଛି । ଏହି ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଏକାମ୍ର ବିଧାୟକ ବାବୁ ସିଂ ମଧ୍ୟ ଯୋଗ ଦେଇଛନ୍ତି । ଏହାସହ ବହୁ ବିଶିଷ୍ଟ ଅତିଥି ଓ ସ୍ବାଧୀନତା ସଂଗ୍ରାମୀ ତଥା ସେମାନଙ୍କ ଦାୟାଦ ମାନେ ସମାରୋହରେ ଉପସ୍ଥିତ ଅଛନ୍ତି ।
You Can Read:
ହନୁମାନ ଟଙ୍କା କାରବାରକୁ ହତ୍ୟା ଅଭିଯୋଗ : ହାତଗୋଡ ବନ୍ଧା ଅବସ୍ଥାରେ ଅଖା ଭିତରୁ ମିଳିଲା ମୃତଦେହ