ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ହାଇକୋର୍ଟଙ୍କ ରାୟ, ଦାଦା ଶ୍ୱଶୁରଙ୍କୁ ଆଶ୍ୱସ୍ତି

Published By : Prameya-News7 Bureau | December 16, 2024 IST

ନୂଆଦିଲ୍ଲୀ: ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଆସିଛି । ହାଇକୋର୍ଟ ଅତୁଲ ସୁଭାଷଙ୍କ ପତ୍ନୀ ନିତିତା, ଶାଶୂ ନିଶା, ଶାଳକ ଅନୁରାଗ ଏବଂ ନିକିତାଙ୍କ ଦାଦା ସୁଶୀଲ ସିଙ୍ଘାନିଆଙ୍କୁ ଆଗ୍ରୀମ ଜାମିନ ପ୍ରଦାନ କରିଛନ୍ତି । ତେବେ ପତ୍ନୀ, ଶାଶୂ ଏବଂ ଶାଳକ ପୂର୍ବରୁ ଗିରଫ ହୋଇସାରିଛନ୍ତି ତେଣୁ ଏହି ଜାମିନ ଏବେ ସେମାନଙ୍କୁ ଆଶ୍ୱସ୍ତି ଦେବ ନାହିଁ । କେବଳ ଅତୁଲଙ୍କ ଦାଦା ଶ୍ୱଶୁର ସୁଶୀଲ ସିଙ୍ଘାନିଆଙ୍କୁ ଆଶ୍ୱସ୍ତି ମିଳିବ । ତାଙ୍କ ଗିରଫଦାରୀ ଉପରେ ୪ ସପ୍ତାହ ଯାଏ ରୋକ ଲାଗିଛି ।

ଅତୁଲଙ୍କ ଆତ୍ମହତ୍ୟା ପରେ ତାଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ଚାରି ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏହାପରେ କର୍ଣ୍ଣାଟକ ପୋଲିସ ଜୌନପୁର ସ୍ଥିତ ଘରେ ପହଞ୍ଚି ସମସ୍ତ ଅଭିଯୋଗଙ୍କୁ ନୋଟିସ ଦେଇଥିଲା । ଏହାପରେ ସମସ୍ତେ ଗିରଫଦାରୀକୁ ଏଡାଇବା ଲାଗି ଆଗୁଆ ଜାମିନ ପାଇଁ ହଇକୋର୍ଟରେ ଆବେଦନ କରିଥିଲେ । ଏହି ମାମଲାର ଶୁଣାଣି ପାଇଁ ସୋମବାର ସୂଚୀବଦ୍ଧ ହୋଇଥିଲା । ତେବେ ଏହା ପୂର୍ବରୁ ରବିବାର ହିଁ ନିତିକା, ନିଶା ଏବଂ ଅନୁରାଗକୁ କର୍ଣ୍ଣାଟକ ପୋଲିସ ଗିରଫ କରି ବେଙ୍ଗାଲୁରୁ କୋର୍ଟରେ ହାଜର କରିଥିଲା । କୋର୍ଟ ତିନି ଜଣଙ୍କୁ ନ୍ୟାୟିକ ହେପାଜତରେ ପଠାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.