କର୍କଟ ରୋଗର ଆଶଙ୍କାକୁ ଦୁର କରିଥାଏ କଳା ଗାଜର, ଜାଣନ୍ତୁ ଏହାର ଅନ୍ୟ ଫାଇଦା

Published By : Prameya-News7 Bureau | December 23, 2021 IST

ନୂଆଦିଲ୍ଲୀ ୨୩/୧୨: ଶୀତଦିନେ ଆପଣ ଲାଲ୍ ଗାଜର ନିଶ୍ଚିନ୍ତ ଖାଉଥିବେ, କିନ୍ତୁ ଏହି ଋତୁରେ ଆପଣଙ୍କ ଖାଦ୍ୟରେ କଳା ଗାଜର ମଧ୍ୟ ଅନ୍ତର୍ଭୁକ୍ତ କରନ୍ତୁ। କଳା ଗାଜରର ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। କଳା ଗାଜରରେ ଫାଇବର, ପୋଟାସିୟମ୍, ଭିଟାମିନ୍-ଏ, ଭିଟାମିନ୍-ସି, ମାଙ୍ଗାନିଜ୍ ଏବଂ ଭିଟାମିନ୍-ବି ପରି ପୋଷକ ତତ୍ତ୍ୱ ରହିଥାଏ। ଏହାର କଳା ରଙ୍ଗ ମୁଖ୍ୟତଃ ଆଣ୍ଟୋସିୟାନିନର ଅଧିକ ପରିମାଣ କାରଣରୁ ହୋଇଥାଏ। ଏହା ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିଥାଏ। ତେବେ ଚାଲନ୍ତୁ ଜାଣିବା ଡାଏଟରେ ବ୍ଲାକ୍ ଗାଜର ଅନ୍ତର୍ଭୁକ୍ତ କରିବାର ଫାଏଦା ବିଷୟରେ।

{"width":622,"height":467}
Black Carrot Seeds - 100 Pcs Seeds: Buy Online at Best Prices in Bangladesh  | Daraz.com.bd

ହୃଦ ରୋଗ ଆଶଙ୍କା କମ୍ ରହିଥାଏ :

କଳା ଗାଜରରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଆଣ୍ଟୋସିୟାନିନ କୋଷଗୁଡ଼ିକୁ କ୍ଷତିରୁ ରକ୍ଷା କରିଥାଏ। ଏହା ବାର୍ଦ୍ଧକ୍ୟର ଲକ୍ଷଣକୁ ରୋକିଥାଏ ଏବଂ ହୃଦରୋଗର ଆଶଙ୍କା ମଧ୍ୟ ହ୍ରାସ କରିଥାଏ। ଏହା ମସ୍ତିଷ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ।

ଉତ୍ତମ ହଜମ ପ୍ରକ୍ରିୟା :

ବ୍ଲାକ୍ ଗାଜରରେ ଥିବା ଡାଏଟାରୀ ଫାଇବର ହଜମକୁ ଠିକ୍ ରଖିଥାଏ। ଏହାକୁ ଖାଇବା ଦ୍ୱାରା ଗ୍ୟାସ୍, କୋଷ୍ଠକାଠିନ୍ୟ, ଫୁଲିବା ଏବଂ ଡାଇରିଆ ଭଳି ସମସ୍ୟା ହୋଇନଥାଏ।

{"width":620,"height":446}
Black Knight Carrot 100 Seeds - First Near Black Carrot : Amazon.co.uk:  Garden & Outdoors

କ୍ୟାନ୍ସରରୁ ରକ୍ଷା :

କଳା ଗାଜରରେ ଥିବା ଆଣ୍ଟୋସିୟାନିନର ପରିମାଣ ଆପଣଙ୍କୁ କ୍ୟାନ୍ସର ଭଳି ଗମ୍ଭୀର ରୋଗର ବିପଦରୁ ରକ୍ଷା କରିଥାଏ। ଏହି ଆଣ୍ଟିଅକ୍ସିଡାଣ୍ଟ ଶରୀରରେ ଥିବା ଫ୍ରୀ ରେଡିକାଲକୁ ଦୂର କରିଥାଏ।

ସ୍ନାୟୁଗତ ରୋଗର ଆଶଙ୍କା କମ୍ କରିଥାଏ :

ଏକ ଅଧ୍ୟୟନ ଅନୁଯାୟୀ, କଳା ଗାଜରର ନିୟମିତ ଖାଇବା ଦ୍ୱାରା ଆଲଜାଇମର ଏବଂ ସ୍ନାୟୁଗତ ରୋଗ ହେବାର ଆଶଙ୍କା କମ୍ ରହିଥାଏ। ବ୍ଲାକ୍ ଗାଜରରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି ଯାହା ଆପଣଙ୍କୁ ଲାଭ ଦେଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.