ନୂଆଦିଲ୍ଲୀ ୧୫।୧୧: ସମସ୍ତେ ପ୍ରାୟତଃ ସାପ ଦେଖିଥିବେ । ନଜର କରିଥିବେ ସାପର ଜିଭ ୨ଭାଗ ହୋଇଥାଏ । କିନ୍ତୁ ଏହା ପଛରେ କଣ ରହିଛି କାରଣ ? ରହିଛି କି କିଛି ଧାର୍ମିକ ମାନ୍ୟତା । ଆସନ୍ତୁ ଜାଣିବା...ପୁରାଣ ଅନୁଯାୟୀ, ସାପଙ୍କ ମାତା କଦ୍ରୁ ଛଳରେ ଗରୁଡଙ୍କ ମା ବିନଥାଙ୍କୁ ନିଜର ଦାସୀ କରି ରଖିଥିଲେ ।
ଏହାପରେ ଗରୁଡଙ୍କୁ କହିଥିଲେ କି ସ୍ୱର୍ଗରୁ ଅମୃତ ଆଣିବା ପରେ ହିଁ ସେ ତାଙ୍କ ମାତାଙ୍କୁ ମୁକ୍ତ କରିବେ । ତେବେ ଅମୃତ କଳସ ଆଣିବା ପାଇଁ ଗରୁଡ ଇନ୍ଦ୍ରଦେବଙ୍କ ନିକଟରେ ପହଞ୍ଚିଥିଲେ । ପ୍ରବଳ ଯୁଦ୍ଧ ପରେ ଇନ୍ଦ୍ରଦେବ ଏବଂ ଗରୁଡଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ଗରୁଡ ଅମୃତ ନେବା ସମୟରେ ଇନ୍ଦ୍ରଦେବ କହିଥିଲେ କି ଅମୃତ ପିଇବା ପରେ ସାପମାନେ ଅମର ହୋଇଯିବେ ଏବଂ ବ୍ରହ୍ମାଣ୍ଡକୁ ବିନାଶ କରିଦେବେ।
ଗରୁଡ ଇନ୍ଦ୍ରଦେବଙ୍କୁ କହିଥିଲେ ଯେ ତାଙ୍କୁ ତାଙ୍କ ମାଙ୍କୁ ମୁକ୍ତ କରିବାକୁ ପଡିବ । ତେଣୁ ଅମୃତ କଳସ ଆପଣଙ୍କୁ ଦେଇପାରିବିନି । କିନ୍ତୁ ମୁଁ ଯେଉଁଠି ଏହି କଳସକୁ ରଖିବି ଆପଣ ସେଠାରୁ ଏହାକୁ ଉଠାଇ ଆଣିପାରିବେ । ଗରୁଡ ସାପଙ୍କ ସାମ୍ନାରେ ଥିବା ଘାସ ଉପରେ କଳସ ରଖିଦେଲେ ଆଉ ମାଙ୍କୁ ମୁକ୍ତ କରି ନେଇଗଲେ ।
ଏହାପରେ ସମସ୍ତ ସାପ ସ୍ନାନ କରି ପବିତ୍ର ହେବା ପାଇଁ ଯାଇଥିଲେ । ସାପମାନେ ସେଠାରୁ ଚାଲିଯିବା ମାତ୍ରେ ଦେବରାଜ ଇନ୍ଦ୍ର ଅମୃତ ନେଇ ସ୍ୱର୍ଗକୁ ଚାଲି ଯାଇଥିଲେ । ସାପମାନେ ଗାଧୋଇବା ପରେ ଅମୃତ ପିଇବାକୁ ଆସିଲେ କିନ୍ତୁ ସେମାନଙ୍କୁ ମିଳିନଥିଲା ଅମୃତ କଳସ ମିଳିନଥିଲା । ଅମୃତ କଳଶ ହଜିଯିବା ପରେ ସାପମାନେ କଳଶ ରହିଥିବା ସ୍ଥାନକୁ ଦେଖୁଥିଲେ ।
ଯେଉଁଠାରେ ଗରୁଡ ଦେବ ଅମୃତ କଳସ ରଖିଥିଲେ । ଏହାପରେ ସମସ୍ତଙ୍କ ମନକୁ ଆସିଲା ଯେ ବୋଧହୁଏ ଏଠାରେ କିଛି ବୁନ୍ଦା ଅମୃକ ପଡିଯାଇଥିବ । ଏହା ଭାବି ସାପମାନେ କୁଶକୁ ଚାଟିବାକୁ ଲାଗିଥିଲେ । ଆଉ ଯେଉଁଥିପାଇଁ ସମସ୍ତ ସାପଙ୍କର ଜିଭ ମଝିରୁ ଛିଣ୍ଡିଯାଇଥିଲା ।