Type-C ଚାର୍ଜର କାହିଁକି ଜରୁରୀ ? ଏହାର କଣ ରହିଛି ବିଶେଷତ୍ବ…

Published By : Prameya-News7 Bureau | December 18, 2024 IST

ନୂଆଦିଲ୍ଲୀ ୧୮।୧୨:  ବର୍ତ୍ତମାନ ସମୟରେ ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ୍‌ । ସମୟ ସହିତ ଫୋନ୍‌ ମଧ୍ୟ ବଦଳୁଛି । ତା ସହ ଆସେସୋରିଜ୍‌ ମଧ୍ୟ ବଦଳିଛି । ସାଧାରଣତଃ ଫୋନ୍ ବ୍ୟବହାର କରିବାକୁ ଚାର୍ଜ କରିବାକୁ ପଡିଥାଏ। ବର୍ତ୍ତମାନ ସମସ୍ତେ ସ୍ପିଡ୍‌ରେ ଫୋନ୍‌ ଚାର୍ଜ କରିବାକୁ ଚାହୁଁଛନ୍ତି । 

ଏଥିପାଇଁ ସମସ୍ତଙ୍କ ଡିମାଣ୍ଡ ଫାଷ୍ଟ ଚାର୍ଜିଂ ଚାର୍ଜର ଅର୍ଥାତ୍‌ C–ଟାଇପ୍ ଚାର୍ଜର । ଏବେ ବହୁଳ ଭାବରେ ହେଉଛି ବ୍ୟବହାର । କିନ୍ତୁ ଏହାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ, ଯେ ଏହାର ଆବଶ୍ୟକତା କ’ଣ ? ଏଥିରୁ କଣ ମିଳିଥାଏ ଲାଭ ? ବର୍ତ୍ତମାନ ସବୁ ସ୍ମାର୍ଟଫୋନରେ USB 2.0 ପୋର୍ଟ ବଦଳରେ USB ଟାଇପ୍ C ପୋର୍ଟ ଦିଆଯାଉଛି । 

ବର୍ତ୍ତମାନ ସମୟରେ ସବୁ ସ୍ମାର୍ଟଫୋନ୍‌ରେ ଟାଇପ୍ C ଚାର୍ଜିଂ ସପୋର୍ଟ ଆସୁଛି । ଟାଇପ୍ C, USB 2.0 ପୋର୍ଟ ଅପେକ୍ଷା ଫୋନକୁ ଶୀଘ୍ର ଚାର୍ଜ କରେ । ଏହାର ସବୁଠାରୁ ବଡ କାରଣ ହେଉଛି ବିଦ୍ୟୁତ୍ ପରିବହନ । USB 2.0 ପୋର୍ଟ ସର୍ବାଧିକ ୨୦ ୱାଟ୍‌ ବିଦ୍ୟୁତ ସ୍ଥାନାନ୍ତର କରିପାରେ । କିନ୍ତୁ ଟାଇପ୍-C ୧୦୦ ୱାଟ୍‌ ପର୍ଯ୍ୟନ୍ତ ଶକ୍ତି ସ୍ଥାନାନ୍ତର କରିପାରେ । କେବଳ ଚାର୍ଜିଂ ନୁହେଁ, USB ଟାଇପ୍ C ପୋର୍ଟ ମଧ୍ୟ ଡାଟା ଟ୍ରାନ୍ସଫର୍‌ ପାଇଁ ବହୁତ ସାହାଯ୍ୟ କରିଥାଏ। 

ମାଇକ୍ରୋ USB 2.0 ପୋର୍ଟ ତୁଳନାରେ ଏଥିରେ ଡାଟା ଟ୍ରାନ୍ସଫର୍ ଖୁବ ଦ୍ରୁତ ଗତିରେ ହୋଇଥାଏ । ମାଇକ୍ରୋ USB 2.0 ପୋର୍ଟ ପ୍ରତି ସେକେଣ୍ଡରେ ୪୫୦MB ବେଗରେ ଡାଟା ଟ୍ରାନ୍ସଫର କରିଥାଏ । ସେହିପରି ଟାଇପ୍ C ପ୍ରତି ସେକେଣ୍ଡରେ 5GB ବେଗରେ ଡାଟା ସ୍ଥାନାନ୍ତର କରିବାରେ ସହଯୋଗ କରିଥାଏ। ଏହାବ୍ୟତୀତ ଅଡିଓ ଏବଂ ଭିଡିଓ କନେକ୍ଟର ପାଇଁ Type-C ମଧ୍ୟ ବ୍ୟବହାର କରାଯାଇପାରିବ । 

Type-C  3.5ମିମି ହେଡଫୋନ୍ ଜ୍ୟାକ୍ ଏବଂ HDMI କେବୁଲର ଆବଶ୍ୟକତାକୁ ମଧ୍ୟ ଦୂର କରିଥାଏ । ଏହାବ୍ୟତୀତ USB 2.0 ଟାଇପ୍ ଚାର୍ଜର ଗୁଡ଼ିକୁ ଓଲଟା କିମ୍ବା ସିଧା ଦେଖି ପ୍ଲଗ୍ କରିବାକୁ ଆବଶ୍ୟକ ହୋଇଥାଏ। ଏଥିପାଇଁ ବ୍ୟବହାରକାରୀଙ୍କ ଭୁଲ କାରଣରୁ ଅନେକ ସମୟରେ ଚାର୍ଜିଂ ପୋର୍ଟ ଭାଙ୍ଗି ଯାଇଥାଏ । କିନ୍ତୁ ଟାଇପ୍ C ପୋର୍ଟରେ ଏଭଳି କୌଣସି ସମସ୍ୟା ନଥାଏ । ଏହାକୁ ପୋର୍ଟରେ ଓଲଟା କିମ୍ବା ସିଧା ପ୍ଲଗ୍ କରିପାରିବେ। ତେଣୁ ବର୍ତ୍ତମାନ ସମୟରେ ସମସ୍ତଙ୍କର ପ୍ରଥମ ପସନ୍ଦ ଟାଇପ୍‌- C ଚାର୍ଜର । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.