ଭୁବନେଶ୍ଵର: ନୂଆ ବର୍ଷରୁ ନୂଆ ଆଭିମୁଖ୍ୟକୁ ନେଇ ରାଜ ରାସ୍ତାକୁ ଓହ୍ଲାଇବ ବିଜେଡି । ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ବିରୋଧରେ ଜାନୁଆରୀ ୬ ତାରିଖରେ ବିକ୍ଷୋଭ କରିବ ବିଜେଡି । ଲୋକସେବା ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି। ୬ ମାସରେ ଦରଦାମ ହୁ ହୁ ହେଇ ବଢ଼ି ଚାଲିଛି । ଡବଲ ଇଞ୍ଜିନ ଡବଲ ବିକାଶର ନାରା ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟରେ ଆସିଥିବା ବିଜେପି ସରକାର ଦରଦାମ ନିୟନ୍ତ୍ରଣରେ ଫେଲ ମାରିଛନ୍ତି ।ସେପଟେ ବିଜେପି କହିଛି ନୂଆ ସରକାରଙ୍କ ନୂଆ ଯୋଜନାକୁ ସହିପାରୁନି ବିଜେଡି।
ଆଜି ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଅଭିଯୋଗ କରିଛି ଯେ ବିଜେପି ସରକାର ଗଠନର ୬ ମାସରେ ଦରଦାମ ହୁ ହୁ ହେଇ ବଢ଼ି ଚାଲିଛି। ଡିଜେଲ ପେଟ୍ରୋଲ ଓ ଗ୍ୟାସ ଠାରୁ ନେଇ ସାଧାରଣ ଖାଉଟି ସାମଗ୍ରୀର ଦର ଅହେତୁକ ବଢ଼ିଚାଲିଛି। ଲୋକେ ତ୍ରାହିତ୍ରାହି ଡାକିଲେଣି । ଆଳୁ୬୦ ଟଙ୍କା, ପିଆଜ ୬୦ଟଙ୍କା , ଡାଲି ୧୫୦ ଟଙ୍କାରେ ପହଁଚିଲାଣି । ଏହା ସରକାରୀ ନୀତି ନିର୍ଦ୍ଧାରଣର ବିଫଳତା ବୋଲି ବିଜେଡି କହିଛି । ସେହିପରି ବିଜେପି ଯେଉଁ ପ୍ରତିଶୃତି ଦେଇ ସରକାରକୁ ଆସିଥିଲା ସେସବୁ ପୂରଣ କରିବାରେ ଫେଲ ମାରିଛି ବୋଲି ବିଜେଡି ଅଭିଯୋଗ କରିଛି । ମୁଦ୍ରାସ୍ପୀତି ହାର ସାରା ଦେଶରେ ବଢ଼ି ଚାଲିଛି । ଓଡିଶାରେ ମୁଦ୍ରାସ୍ପତି ହାର ୬.୭୮ ଥିବା ବେଳେ ଏହା ଦେଶରେ ତୃତୀୟ। ପ୍ରଥମ ଆଠଟି ରାଜ୍ୟ ମଧ୍ୟରୁ ୭ଟି ବିଜେପି ଶାସିତ ରାଜ୍ୟ ବୋଲି ବିଜେଡି କହିଛି। ।
Also read: ଭାଙ୍ଗିବ ତ ତାଙ୍କ ଦଳ ଭାଙ୍ଗିବ, ଏଥିରେ ଆମେ କ’ଣ କରିବୁ : ମନମୋହନ ସାମଲ
ବିଜେଡିର ଆନ୍ଦୋଳନ ଡାକରାକୁ ନାପସନ୍ଦ କରିଛି ଶାସକ ଦଳ । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ କହିଛନ୍ତି ବିଜେଡ଼ି କଣ କରିଛି ଲୋକ ଜାଣିଛନ୍ତି । ତାକୁ ଦେଖିବା ପରେ ହିଁ ନିର୍ବାଚନରେ ଉଚିତ ରାୟ ଦେଇଛନ୍ତି । ଲୋକଙ୍କୁ ଠକି ଠକି ଦିନ ଗଲା । ମନ୍ତ୍ରୀ, ବିଧାୟକ କେଉଁଠି ରହୁଥିଲେ ଲୋକ ଦେଖିଛନ୍ତି। ନୂଆ ସରକାରଙ୍କ ନୂଆ ଯୋଜନାକୁ ସହିପାରୁନି ବିଜେଡ଼ି । ମନରେ ଆକ୍ରୋଶ ହେଉଛି। ସେତେବେଳେ ବି ସରକାରୀ ଅର୍ଥ ଥିଲା କିନ୍ତୁ ଯୋଜନା କରିପାରୁନଥିଲେ। ବିଜେଡିକୁ ଆଉ ଦାନା ମିଳୁନି ବୋଲି ବିଜେପି କହିଛି। ଆସନ୍ତା ୨୬ ତାରିଖରେ ପ୍ରତି ନିର୍ବାଚନ ମଣ୍ଡଳୀରେ ପ୍ରତିଷ୍ଠା ଦିବସ ପାଳନ କରିବ ବିଜେଡି। ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ କରିବାକୁ ଦଳ ପ୍ରସ୍ତୁତ ହେଉଛି।