ଭୁବନେଶ୍ବର: ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘର ୧୪ ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱର ଇନଷ୍ଟିଚ୍ୟୁଟ ଅଫ ଇଂଜିନିୟର୍ସ ପ୍ରେକ୍ଷାଳୟରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱରର ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଯୋଗଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ ଯୋଗଦେଇଥିଲେ। ସେହିଭଳି ବିଶିଷ୍ଟ ଅତିଥି ଭାବେ ଟ୍ବିନ ସିଟି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ଉପସ୍ଥିତ ଥିଲେ। ଅପରାହ୍ନରେ ଅତିଥିଙ୍କ କର କମଳରେ ପତ୍ରିକା ଉନୋଚନ ସହ କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା।
ମହାସଂଘର ପ୍ରତିଷ୍ଠାତା ସଭାପତି କୃପାସିନ୍ଧୁ ସାହୁ, ପୂର୍ବତନ ସଭାପତି ଏବଂ ଖ୍ୟାତିସାମ୍ପନ୍ନ କ୍ୟାନସର ସର୍ଜନ ଡାକ୍ତର ପ୍ରଫେସର କୃପାସିନ୍ଧୁ ପଣ୍ଡା, ଇଂ. ସୁରେଶ ଚନ୍ଦ୍ର କର, ଚିତ୍ତରଞ୍ଜନ ଦାସ ଓ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ସୁରେଶ ଚନ୍ଦ୍ର ମନ୍ତ୍ରୀ ଆଦି ଉପଦେଷ୍ଟାଗଣ ଅଂଶଗ୍ରହଣ କରିଥିଲେ। ସଭାପତି ଭାବେ ଡ. ପି.କେ.ଦାସ ଏବଂ ପରିଚାଳନାରେ କାର୍ଯ୍ୟକାରୀ ସଭାପତି ଇଂ. ଗିରିଜା ନନ୍ଦନ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ସାଧାରଣ ସମ୍ପାଦକ ରାଜକିଶୋର ସାମନ୍ତରାୟ ମହାସଂଘର ସଫଳତା ଓ ସରକାରଙ୍କ ନିକଟରେ ବିଭିନ୍ନ ଦାବି ଉପସ୍ଥାପନ ବିଷୟରେ ଅବଗତ କରାଇଥିଲେ। କୋଷାଧକ୍ଷ୍ୟ ଫଗୁ ବାରିକ ଚଳିତ ବର୍ଷର ଆୟ-ବ୍ୟୟ ତଥା ଆଗାମୀ ବର୍ଷର ବଜେଟ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ସଭାପତି ସାହୁ, ପାଟ୍ରନ ସଦସ୍ୟ ଏବଂ ନୂତନ ଅନୁବନ୍ଧିତ ସଙ୍ଘମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୫୦୦ରୁ ଅଧିକ ପ୍ରତିନିଧି କାର୍ଯ୍ୟକ୍ରମରେ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କ ସମସ୍ୟା ଓ ସମାଧାନ ବିଷୟରେ ଆଲୋଚନା କରିଥିଲେ।
ମଧ୍ୟାହ୍ନ ଭୋଜନ ପରେ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସମାରୋହ ସଫଳ ଏବଂ ହୃଦୟସ୍ପର୍ଶୀ ଭାବରେ ଶେଷ ହୋଇଥିଲା। ଇନ୍ଦ୍ରମଣି ନାହାକ, ଅରୁଣ ପଟ୍ଟନାୟକ, ପ୍ରକାଶ ଚନ୍ଦ୍ର ମିଶ୍ର, ଅରବିନ୍ଦ ଶତପଥି, ଗଦାଧର ବେହେରା, ଉପେନ୍ଦ୍ର ମହାନ୍ତି, ଧିରେନ ପଟ୍ଟନାଏକ, ଅରୁଣ ମହାନ୍ତି, କେଉଁଝର, ଅରୁଣ ମହାନ୍ତି, ଜଟଣୀ ବସନ୍ତ ବାରିକ, ପ୍ରହଲ୍ଲାଦ ରାଉତ, ଅଭିରାମ ଜେନା ସହଯୋଗ କରିଥିଲେ ।