ଛତ୍ରପୁର ୦୯।୦୪ : ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ସେବା ଠପ୍ । ବୁଧବାର ଦିନ ସକାଳୁ ସକାଳୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି । କୌଣସି ରୋଗୀଙ୍କୁ ଦେଖୁନାହାନ୍ତି ଉପସ୍ଥିତ ଡାକ୍ତର । ଯାହାଫଳରେ ରୋଗୀ ନିରାଶରେ ଫେରୁଛନ୍ତି ରୋଗୀ ।
ଖବର ଅନୁଯାୟୀ, ମଙ୍ଗଳବାର ରାତିରେ ଡାକ୍ତର ଓ ଜଣେ ମେଡିକାଲ ଷ୍ଟାଫଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଯାହାକୁ ନେଇ ବୁଧବାର ସକାଳୁ ହିଁ କୌଣସି ଡାକ୍ତର ମେଡିକାଲରେ ଉପସ୍ଥିତ ନାହାନ୍ତି । ମଙ୍ଗଳବାର ରାତିରେ ବୋରିଗାଁ ସୋମରଥୀ ନାହାକ ଗୁରୁତର ଅବସ୍ଥା ଥିବାରୁ ଡାକ୍ତର ଜଣଙ୍କ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରିବାକୁ କହୁଥିଲେ । ଏହି ସମୟରେ ଉପସ୍ଥିତ ଥିବା ମେଡିକାଲ ଗାଡି ଚାଳକ ଉକ୍ତ ରୋଗୀଙ୍କ ମୃତ୍ୟୁ ହୋଇଥିବା କହିବା ସହ ଡାକ୍ତର ସହ ପାଟିତୁଣ୍ଡ କରିଥିଲେ ଏବଂ ମେଡିକାଲ ଗାଡିରେ ବ୍ରହ୍ମପୁର ନେବା ପାଇଁ ମନା କରିଥିଲେ। ଶେଷରେ ଡାକ୍ତର ଜଣକ ଏକ ଘରୋଇ ଗାଡି କରି ଉକ୍ତ ଗୁରୁତର ରୋଗୀକୁ ବ୍ରହ୍ମପୁର ପଠେଇଥିଲେ । ବ୍ରହ୍ମପୁରରେ ଚିକିତ୍ସାଧିନ ଅବସ୍ଥାରେ ରୋଗୀଙ୍କ ମୃତ୍ୟୁ ହୋଇଥିଲା । କର୍ମଚାରୀ ଜଣକ ଡାକ୍ତରଙ୍କୁ ଦୁର୍ବ୍ୟବହାର କରିଥିବାରୁ ମଙ୍ଗଳବାର ରାତିରୁ ଏଯାଏଁ ରୋଗୀଙ୍କୁ ଦେଖୁନାହାନ୍ତି ଡାକ୍ତର। ତେବେ ଡାକ୍ତର ଓ କର୍ମଚାରୀଙ୍କ କଳି ଭିତରେ ରୋଗୀ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି ।