ଅନୁଗୋଳ ୧୮।୧୨: ଅନୁଗୋଳ ବନ୍ତଳା ଅଞ୍ଚଳରେ ହାତୀ ଉପଦ୍ରବ । ୪୦ ଟିକିଆ ହାତୀ ପଲ ସଞ୍ଜ ହେଲେ ଗାଁ ଚାରିପାଖରେ ଘୁରି ବୁଲୁଛନ୍ତି । ରାସ୍ତା ପାର ହେଉଛନ୍ତି ହାତୀ ପଲ । ଦୀର୍ଘ ସପ୍ତାହ ହେବ ଅନୁଗୋଳ ସହର ନିକଟ ଶାବଳଭଙ୍ଗା ଗାଁରେ ୪୦ଟି ହାତୀ ପଲ ଉପଦ୍ରବ କରୁଛନ୍ତି । ଗାଁ ମଝିରେ ବୁଲୁଛନ୍ତି ରାସ୍ତା ପାର ହେଉଛନ୍ତି, ଫସଲ ମଧ୍ୟ ନଷ୍ଟ କରୁଛନ୍ତି । ବାଳୁଅକଟା, ସରଧାପୁର ଓ ଶାବଳଭଙ୍ଗା ଗ୍ରାମର ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସକାଳ ଏବଂ ସନ୍ଧ୍ୟା ସମୟରେ ହାତୀ ପଲ ଜନବସତି ଆଡ଼କୁ ଆସିବା ସହ ଫସଲ ନଷ୍ଟ କରିଥିଲେ । ଗତ କିଛି ଦିନ ଧରି ହାତୀ ପଲ ବ୍ୟାପକ ଫସଲ ନଷ୍ଟ କରୁଥିବା ବେଳେ ଲୋକେ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ସେପଟେ ବନ ବିଭାଗ ହାତୀ ଗୁଡିକୁ ନିରୀକ୍ଷଣ କରିବା ଛଡା ଅନ୍ୟ ଉପାୟ ନାହିଁ ବୋଲି କହୁଛନ୍ତି । କ୍ଷୟକ୍ଷତି ହୋଇଥିଲେ ସରକାରଙ୍କ କ୍ଷତିପୂରଣ ରାଶି ଯୋଗାଇ ଦେବା ପାଇଁ କହୁଛନ୍ତି । ଲୋକମାନେ ସତର୍କତା ଅବଲମ୍ବନ କରିବାକୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରୁଛନ୍ତି ।
You Can Read: