କେନ୍ଦୁଝର ୧୮।୧୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତିନି ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନ । ସକାଳ ୧୧ଟା ୧୫ ମିନିଟ୍ ସମୟରେ ପୁରୁଣା ସହର ସିଦ୍ଧମଠ ଠାରେ ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ସିଦ୍ଧାମଠ ସ୍ଥିତ କେଶବ ବାବାଙ୍କ ଆଶ୍ରମ ପରିସରରେ ଏକ ମନ୍ଦିର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ସେଠାରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ବନ୍ଦାପନା କରି ପାଛୋଟି ନିଆ ଯାଇଥିଲା । ସେଠାରେ ଭୂମି ପୂଜନରେ ଯୋଗ ଦେବା ପରେ ୧୨ଟା ୩୦ ମିନିଟ୍ ସମୟରେ ସେଠାରୁ ସିଧା ସର୍କିଟ୍ ହାଉସ୍ ଫେରି ପୁଣି ୧ଟା ସମୟରେ ହ୍ୟାଣ୍ଡବଲ୍ ପଡ଼ିଆରେ ଚାଲିଥିବା ରାଜ୍ୟ ସ୍ତରୀୟ ସବ୍ ଜୁନିୟର ହ୍ୟାଣ୍ଡବଲ୍ ପ୍ରତିଯୋଗିତା ଉଦଯାପନୀ ଉତ୍ସବରେ ଯୋଗଦେଇ ବିଜୟୀ ଦଳଙ୍କୁ ଟ୍ରଫି ପ୍ରଦାନ କରିଥିଲେ ।
ଏହାପରେ ୧ଟା ୩୦ ମିନିଟ୍ ସମୟରେ ଅଡ଼ିଟୋରିୟମ୍ରେ ଇଣ୍ଡିଆନ ବାଇ ବାର୍ଥ ନାମକ ସ୍ବେଚ୍ଛାସେବୀ ସଂଗଠନର ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ । ତାଙ୍କ ସହିତ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଓ ତେଲକୋଇ ବିଧାୟକ ଫକୀର ମୋହନ ନାଏକ ଓ ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଅଧିକ ନିଯୁକ୍ତି କିପରି ସୃଷ୍ଟି ହୋଇପାରିବ ସେ ନେଇ ସରକାର କାର୍ଯ୍ୟରତ । କେନ୍ଦୁଝରରୁ ଖୁବ୍ ଶୀଘ୍ର ଦିଲ୍ଲୀକୁ ତିନି ଦିନ ଟ୍ରେନ୍ ଚଳାଚଳ କରିବ । ଶେଷରେ ଇଣ୍ଡିଆନ ବାଇ ବାର୍ଥ ପକ୍ଷରୁ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଏକ ଆମ୍ବୁଲାନ୍ସ ଲୋକାର୍ପିତ କରିଥିଲେ । ଏହା ପରେ ସେ ସର୍କିଟ୍ ହାଉସ ଯାଇ ମଧ୍ୟାହ୍ନ ଭୋଜନ କରି ବିଶ୍ରାମ ନେଇଥିଲେ । ପରେ ସନ୍ଧ୍ୟା ୭ଟାରେ କାଳି ପଡିଆଠାରେ ହେବାକୁ ଥିବା ଗୋନାଶିକା ମହୋତ୍ସବକୁ ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରହିଛି ।
You Can Read: