ଜଗତସିଂହପୁର: ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ ଚାକିରିରୁ ନିଲମ୍ବିତ ହେଲେ ସହକାରୀ ଜିଲ୍ଲାପାଳ । ଜଗତସିଂହପୁର ଠାରେ କାର୍ଯ୍ୟ କରୁଥିବା ପୂର୍ବତନ ଏମରଜେନ୍ସୀ ଅଫିସର ତଥା ବର୍ତ୍ତମାନ ପାରାଦୀପ ସ୍ଥିତ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସହକାରୀ ଜିଲ୍ଲପାଳ ଭାବରେ କାର୍ଯ୍ୟରତ ଥିବା ଉମେଶ ଲେଙ୍କାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି । ଗତ ଏପ୍ରିଲ ମାସରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ଯେ, ସେ କାର୍ଯ୍ୟାଳୟରେ କନିଷ୍ଠ ରାଜସ୍ବ ସହାୟକ ଭାବରେ କାର୍ଯ୍ୟ କରୁଥିବା ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ କରୁଛନ୍ତି।
ଏହି ଅଭିଯୋଗ ଘଟଣାର ତଦନ୍ତ କରି ଜିଲ୍ଲା ଅଭିଯୋଗ କମିଟି ରିପୋର୍ଟ ଦେବା ପରେ ତତ୍କାଳୀନ ଜିଲ୍ଲାପାଳ, ଉମେଶ ଲେଙ୍କାଙ୍କୁ ପାରାଦୀପ ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟକୁ ବଦଳି କରି ଦେଇଥିଲେ । ଆଉ ତଦନ୍ତକ୍ରମେ ବୁଧବାର ଉମେଶ ଲେଙ୍କାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ରାଜସ୍ବ ମନ୍ତ୍ରୀ। ଏହା ସହ ତିନି ମାସ ମଧ୍ୟରେ ଜଣେ ମହିଳା ତଦନ୍ତକାରୀ ଅଧିକାରୀ ଓ ଜଣେ ମହିଳା ମାର୍ସଲିଂ ଅଧିକାରୀଙ୍କ ଜରିଆରେ ସମସ୍ତ ବିଭାଗୀୟ ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।