ନୂଆଦିଲ୍ଲୀ ୧୩।୧୨: AI ଇଞ୍ଜିନିୟର ଅତୁଲ ସୁଭାଷ । ସେ ପତ୍ନୀଙ୍କ ନିର୍ଯ୍ୟାତନା ପାଇଁ କରିଛନ୍ତି ଆତ୍ମହତ୍ୟା । ବର୍ତ୍ତମାନ ଏହି ଘଟଣାକୁ ନେଇ ଖୁବ୍ ଚର୍ଚ୍ଚାରେ । ଅତୁଲ ବେଙ୍ଗାଲୁରୁର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ।
ତେବେ ଏବେ ପ୍ରଶ୍ନ ଆସୁଛି କେମିତି ହେବେ AI ଇଞ୍ଜିନିୟର ? ଏଥିପାଇଁ କେଉଁ ଅଧ୍ୟୟନ ଆବଶ୍ୟକ ? ସେମାନଙ୍କର କେତେ ହୋଇଥାଏ ଦରମା ? AI ତଥା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଇଞ୍ଜିନିୟର୍ସ । ଏମାନେ ଟେକ୍ନୋଲୋଜିର ବିକାଶରେ ମାହିର ହୋଇଥାନ୍ତି । AI ଇଞ୍ଜିନିୟର ହେବା ପାଇଁ କମ୍ପ୍ୟୁଟର ସାଇନ୍ସ, ଡାଟା ସାଇନ୍ସ କିମ୍ବା ଗଣିତରେ ସ୍ନାତକୋତ୍ତର ଡିଗ୍ରୀ ଆବଶ୍ୟକ ହୋଇଥାଏ ।
ଜଣେ AI ଇଞ୍ଜିନିୟର ନିଶ୍ଚିତ ଭାବରେ କମ୍ପ୍ୟୁଟର ପ୍ରୋଗ୍ରାମ ଏବଂ ପ୍ରୋଗ୍ରାମିଂ ଭାଷା ଯେପରିକି ପାଇଥନ୍, C#, କିମ୍ବା C++ ଲେଖିବାରେ ପାରଙ୍ଗମ। ଜଣେ AI ଇଞ୍ଜିନିୟର ହେବାକୁ IIT ଏବଂ NIT ଟି ପରି ଭାରତର ସର୍ବୋତ୍ତମ କଲେଜରୁ ଅଧ୍ୟୟନ କରିପାରିବେ । ଜଣେ AI ଇଞ୍ଜିନିୟର ସହଜରେ ୮-୧୦ ଲକ୍ଷ ଟଙ୍କା ଦରମା ପାଇପାରିବେ । ଅନେକ AI ଇଞ୍ଜିନିୟର ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି ।