ନୂଆଦିଲ୍ଲୀ ୧୬।୧୨: ଅଧିକ ଫୋନ୍ ଚଲାଇବା ହୋଇପାରେ ଘାତକ । ଏଥିରେ ମସ୍ତିଷ୍କକୁ ଅନେକ ଅସୁବିଧା ହୋଇଥାଏ । ନିଦ୍ରାହୀନତା ଏବଂ ଡିପ୍ରେସନ ବଢିପାରେ । କେବଳ ଏତିକି ନୁହେଁ ଅଧିକ ଫୋନ୍ ବ୍ୟବହାର କରିବା ଦ୍ବାରା ଶରୀରର ଅନେକ ଅଂଶରେ ଯନ୍ତ୍ରଣା ମଧ୍ୟ ହୋଇପାରେ । ଆସନ୍ତୁ ଜାଣିବା ତା ବିଷୟରେ...
ଏକ ସର୍ଭେ ଅନୁଯାୟୀ ଫୋନ୍ ଦ୍ବାରା ହେଉଥିବା ରୋଗ ମଧ୍ୟରେ ୭୪% ବ୍ରେନ୍ ଟ୍ୟୁମର୍, ୮୦% ବଧିର ଏବଂ ୩୭% ପୁରୁଷ ବନ୍ଧ୍ୟାରୋଗର ଶିକାର ହୋଇଥିଲେ । ଏହାବ୍ୟତୀତ ୪୫% ଲୋକ ହୃଦଘାତରେ ପୀଡିତ ହୋଇଥିଲେ ।
ତେବେ ମାତ୍ରାଧିକ ଫୋନ୍ ଦେଖିବା ଯୋଗୁଁ ମୁଣ୍ଡ ନୁଆଁଇ ହେଇ ରହିଥାଏ । ଏହି କାରଣରୁ ବେକ ଏବଂ କାନ୍ଧରେ ଯନ୍ତ୍ରଣା ହୋଇପାରେ । ଏହି ଅଭ୍ୟାସ ବେକରେ ପବନ ଅଟକିବା ପରି ସମସ୍ୟା ସୃଷ୍ଟି କରିପାରେ । ଯଦି ଏହାକୁ ଅଣଦେଖା କରାଯାଏ ତେବେ ଏହି ଯନ୍ତ୍ରଣା ଅଧିକ ବୃଦ୍ଧି ପାଇପାରେ ।
ଅଧିକାଂଶ ଲୋକ ଫୋନ୍ ବ୍ୟବହାର କରିବା ସମୟରେ ଭୁଲ୍ ଉପାୟରେ ବସିଥା’ନ୍ତି । ଯେଉଁ କାରଣରୁ ମେରୁଦଣ୍ଡ ଉପରେ ଚାପ ବଢିଥାଏ । ଖାସ୍ କରି ପିଠିର ତଳ ଭାଗରେ ଯନ୍ତ୍ରଣା ହୋଇପାରେ । ଅନେକ ଥର ଏହି ଯନ୍ତ୍ରଣା ବସିବା ଉଠିବାରେ ସମସ୍ୟା ସୃଷ୍ଟି କରିଥାଏ ।
ଫୋନରେ ଲଗାତାର ଟାଇପ୍ କରିବା ଏବଂ ସ୍କ୍ରିନ୍ ସ୍କ୍ରୋଲ୍ କରିବା ଦ୍ୱାରା ଆଙ୍ଗୁଠି ଏବଂ ହାତର ମାଂସପେଶୀରେ ଅତ୍ୟଧିକ ଚାପ ପଡିପାରେ । ଯଦି ଏହି ସମସ୍ୟାକୁ କ୍ରମାଗତ ଭାବରେ ଅଣଦେଖା କରାଯାଏ ତେବେ ଯନ୍ତ୍ରଣା ବଢିପାରେ ।
ଫୋନ୍ ସ୍କ୍ରିନକୁ ଅଧିକ ସମୟ ଚାହିଁବା ଦ୍ବାରା ଆଖିର ଥକାପଣ ସୃଷ୍ଟି ହୋଇଥାଏ । ଏହା ଆଖିରେ ଉତ୍ତେଜନା, ଅସ୍ପଷ୍ଟ ଦୃଷ୍ଟିଶକ୍ତି ଏବଂ ମୁଣ୍ଡବିନ୍ଧାର କାରଣ ହୋଇପାରେ । ତେଣୁ ଫୋନ୍ ସ୍କ୍ରିନକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଖିବା ଉଚିତ୍ ନୁହେଁ । ଏହାର ବିପଜ୍ଜନକ ପାର୍ଶ୍ୱ ପ୍ରତିକ୍ରିୟା ଦେଇପାରେ ।
ଲଗାତାର ଫୋନ୍ ସ୍କ୍ରିନକୁ ଦେଖିବା ଏବଂ ଆଣ୍ଠୁମାଡି ବସିବା ଦ୍ୱାରା ମୁଣ୍ଡବିନ୍ଧାର କାରଣ ହୋଇପାରେ । ବେଳେବେଳେ ଏହା ଏତେ ବଢିଯାଏ ଯେ ଏହା ଆଖି ଏବଂ ଅନ୍ୟାନ୍ୟ ଅଂଶରେ ମଧ୍ୟ ଯନ୍ତ୍ରଣା ସୃଷ୍ଟି କରିଥାଏ ।
ହାତରେ ଫୋନକୁ ଦୀର୍ଘ ସମୟ ଧରି ରଖିବା ଦ୍ୱାରା ହାତଗୋଡ଼ରେ ଯନ୍ତ୍ରଣା ଏବଂ ଅନ୍ୟାନ୍ୟ ସମସ୍ୟା ହୋଇପାରେ ।