ନୂଆଦିଲ୍ଲୀ ୧୫।୧୧: ପାନ୍-ଆଧାରକୁ ସଂଯୋଗ କରିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି । କିନ୍ତୁ ଅନେକ ଏପରି ଅଛନ୍ତି ଯିଏକି ପାନ୍କୁ ଆଧାର ସହିତ ଏବେବି ଲିଙ୍କ୍ କରିନାହାନ୍ତି । ଆଉ ଏବେ ସେମାନଙ୍କୁ ଗଣିବାକୁ ପଡିବ ତଣ୍ଡ । ପାନ୍-ଆଧାର ଲିଙ୍କ୍ ପାଇଁ ଶେଷ ତାରିଖ ହେଉଛି ୩୧ ଡିସେମ୍ବର ୨୦୨୪ । ଏହାପରେ ପ୍ୟାନକାର୍ଡ ବନ୍ଦ ହୋଇଯାଇପାରେ । ଏହାକୁ ଲିଙ୍କ୍ କରିବା ସମସ୍ତଙ୍କ ଜରୁରୀ ହୋଇଥାଏ ।
ଯେଉଁମାନେ ୧ ଜୁଲାଇ ୨୦୨୩ ସୁଦ୍ଧା ପାନ୍ ଏବଂ ଆଧାରକୁ ସଂଯୋଗ କରିନଥିଲେ, ସେମାନଙ୍କ ପ୍ୟାନ ଡିଆକ୍ଟିଭ୍ ହୋଇଯାଇଥିଲା । ସେତେବେଳେ ଏହା ଥିଲା ପାନ୍-ଆଧାର ଲିଙ୍କର ଶେଷ ସମୟ । ଯଦି ବର୍ତ୍ତମାନ ପାନ୍-ଆଧାରକୁ ଲିଙ୍କ୍ କରନ୍ତି, ତେବେ ୧ ହଜାର ଟଙ୍କା ଦେବାକୁ ପଡିବ ଜରିମାନା । ଏହି ଜରିମାନା ଦେଇ ପାନ୍କାର୍ଡକୁ ପୁନଃ ଆକ୍ଟିଭ୍ କରିହେବ ।
ରିପୋର୍ଟ ଅନୁଯାୟୀ ୧୧.୪୮କୋଟି ପ୍ୟାନ ଏପର୍ଯ୍ୟନ୍ତ ଆଧାର ସହ ଲିଙ୍କ ହୋଇନି । ଏହି ଜରିମାନାରୁ ସରକାର ପାଇଛନ୍ତି ୬୦୧.୯୭ କୋଟି ଟଙ୍କା ପାଇଛନ୍ତି । ଜରିମାନା ଦେବାକୁ ଇ-ଫିଲିଙ୍ଗ ପୋର୍ଟାଲ୍ ଖୋଲନ୍ତୁ । ଲିଙ୍କ୍ ଆଧାରକୁ ଯାଆନ୍ତୁ । ପାନ୍ ଏବଂ ଆଧାର ନମ୍ବର ଏଣ୍ଟ୍ରି କରନ୍ତୁ । ଇ-ପେ ଟ୍ୟାକ୍ସରୁ ୧ହଜାର ଟଙ୍କା ଜରିମାନା ଭରନ୍ତୁ । ଦେୟ ପରେ ପାନ୍ ସହିତ ଆଧାର ଲିଙ୍କ୍ କରନ୍ତୁ ।
ପାନ୍-ଆଧାର ଲିଙ୍କର ସ୍ଥିତି ଜାଣିବାକୁ ୱେବସାଇଟରେ 'କ୍ବିକ୍ ଲିଙ୍କ୍' କୁ ଯାଆନ୍ତୁ । ସେଠାରେ ପାନ୍ ଏବଂ ଆଧାର ନମ୍ବର ଏଣ୍ଟ୍ରି କରି ନିଜ ଷ୍ଟାଟସ୍ର ସୂଚନା ନେଇପାରିବେ । ଠିକ ସମୟରେ ପାନ୍-ଆଧାରକୁ ଲିଙ୍କ୍ କରିବା ଦ୍ବାରା ଆପଣଙ୍କ ରେକର୍ଡକୁ ସୁରକ୍ଷିତ ରହିଥାଏ । ବିଳମ୍ବରୁ ଦୂରେଇ ରୁହନ୍ତୁ ଏବଂ ସମସ୍ୟାକୁ ଏଡାଇବା ପାଇଁ ଏହାକୁ ଠିକ୍ ସମୟରେ ସମ୍ପୂର୍ଣ୍ଣ କରନ୍ତୁ ।