ମୁମ୍ବାଇ ୧୬।୧୧: ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘରେ ଯଦି କେହି ଚାକିରି କରିବାକୁ ଚାହୁଁଥାନ୍ତି, ତେବେ ଏହା ତାଙ୍କ ଲାଗି ଏତେ ସହଜ ନୁହେଁ। ଏଥି ଲାଗି ପ୍ରାର୍ଥୀଙ୍କୁ କଠିନ ପରୀକ୍ଷାରେ ଉତୀର୍ଣ୍ଣ ହେବାକୁ ପଡିଥାଏ। ଆପଣଙ୍କୁ ଏହି ପରୀକ୍ଷା ବାବଦେ ସୂଚନା ଦେବା ପୂର୍ବରୁ ତାଙ୍କ ଘର ସମ୍ପର୍କରେ ସୂଚନା ଦେଉଛୁ, ଏଥିରୁ ତାଙ୍କ ଘରେ ଚାକିରି ପାଇବା କେତେ କଷ୍ଟକର ତାହା ସହଜରେ ଅନୁମାନ କରିପାରିବେ।
ମୁକେଶ ଅମ୍ବାନୀ ରାଜାଙ୍କ ଭଳି ଜୀବନ କଟାଇବାକୁ ପସନ୍ଦ କରନ୍ତି। ତାଙ୍କର ମୁମ୍ବାଇରେ ବିଳାଶମୟ ଭବନ ରହିଛି ଯାହାର ନାମ ‘ଆଣ୍ଟିଲିୟା’। ଏହି ଘରର ଚାକଚକ୍ୟ ଓ ଭବ୍ୟତା ଆଗରେ ସାତ ତାରକା ହୋଟେଲ ମଧ୍ୟ କମପଡିଯାଏ। ୨୦୦ କୋଟି ଡଲାର (୧୨,୯୧୨ କୋଟି ଟଙ୍କା) ବ୍ୟୟରେ ନିର୍ମିତ ଏହି ଘରେ ୩ଟି ହେଲିପ୍ୟାଡ ସହିତ ସ୍ପେଶାଲ ଥିଏଟର ପର୍ଯ୍ୟନ୍ତ ସୁବିଧା ରହିଛି। ତାଙ୍କ ଘରେ ୨୪ ଘଣ୍ଟା କାମ କରିବାକୁ ୬୦୦ରୁ ଅଧିକ ଲୋକେ ନିଯୁକ୍ତ ହୋଇଛନ୍ତି।
ଅମ୍ବାନୀଙ୍କ ଘରେ ଚାକିରି କରୁଥିବା ଲୋକେ ଅୟେଶ ଆରାମର ଜୀବନ କାଟୁଛନ୍ତି। ଏଠାରେ ଚାକିରି ପାଇବା ପାଇଁ ପ୍ରାର୍ଥୀଙ୍କୁ ଅନେକ ପରୀକ୍ଷାରେ ଉତୀର୍ଣ୍ଣ ହେବାକୁ ପଡିଥାଏ। କହିବାକୁ ଗଲେ ଭାରତରେ ପ୍ରଶାସନିକ ସେବା ପଦବୀ ପାଇଁ ନିଯୁକ୍ତି ପରୀକ୍ଷା କରୁଥିବା ୟୁପିଏସସି ପରୀକ୍ଷାଠାରୁ ମଧ୍ୟ ଏହି ପରୀକ୍ଷା ଅଧିକ କଷ୍ଟକର। ଆଣ୍ଟିଲିଆରେ ନିଯୁକ୍ତି ନିମନ୍ତେ ଭ୍ୟାକେନ୍ସି ବାହାରିଥାଏ। ଏଥି ପାଇଁ ଫର୍ମ ପକାଇଥିବା ଲୋକଙ୍କୁ ପରୀକ୍ଷା ପାଇଁ ଆମନ୍ତ୍ରିତ କରାଯାଏ।
ଏହି ପରୀକ୍ଷାରେ ହୋଟେଲ ମ୍ୟାନେଜମେଣ୍ଟ ଓ ସାଧାରଣ ଜ୍ଞାନ ସମ୍ପର୍କିତ ପ୍ରଶ୍ନ ଥାଏ। ଏହି ସବୁ ପରୀକ୍ଷାରେ ପ୍ରାର୍ଥୀ ଅସଫଳ ହେଲେ ତାଙ୍କୁ ନିଯୁକ୍ତି ପ୍ରକ୍ରିୟାରୁ ବାଦ ଦିଆଯାଏ। ଅମ୍ବାନୀଙ୍କର ଶତାଧିକ ଗାଡ଼ି ରହିଛି। ଏଥି ପାଇଁ ଅଲଗା ଅଲଗା ଡ୍ରାଇଭର ମଧ୍ୟ ଅଛନ୍ତି। ଅମ୍ବାନୀଙ୍କ ଡ୍ରାଇଭର ନିଯୁକ୍ତି ପାଇଁ ଅଲଗା ଅଲଗା କମ୍ପାନୀଙ୍କୁ କଣ୍ଟ୍ରାକ୍ଟ ଦିଆଯାଇଛି। ଏଥି ପାଇଁ ଟେଣ୍ଡର ବାହାରେ। ଅମ୍ବାନୀଙ୍କ ଘରେ ଚାକିରୀ କରୁଥିବା ଲୋକଙ୍କୁ ଲକ୍ଷ ଓ କୋଟିରେ ବେତନ ଦିଆଯାଏ। ଅମ୍ବାନୀଙ୍କ ଘରେ କାମ କରୁଥିବା ଲୋକେ ନିଜ ଘର କାମ ପାଇଁ କର୍ମଚାରୀ ନିଯୁକ୍ତି କରିଛନ୍ତି। ଅମ୍ବାନୀଙ୍କ ଡ୍ରାଇଭରଙ୍କ ବେତନ କଥା କହିଲେ ମାସିକ ୨ ଲକ୍ଷଟଙ୍କା ମିଳେ। ଏହା ଛଡା ଚାକିରି ସର୍ତ୍ତ ଅନୁସାରେ ଅନ୍ୟ ସୁବିଧା ସୁଯୋଗ ମଧ୍ୟ ମିଳେ।