ପ୍ରୟାଗରାଜ ୧୨।୨: ମହାକୁମ୍ଭରେ ୧୨ ଫେବୃଆରୀ ବୁଧବାର ମାଘ ପୂର୍ଣ୍ଣିମା ଅବସରରେ ଅମୃତ ସ୍ନାନ ଅନୁଷ୍ଠିତ ହୋଇଛି। ଏହା ପୂର୍ବରୁ ଦେଶର ଅନେକ ପ୍ରତିଷ୍ଠିତ ଲୋକେ ପ୍ରୟାଗରାଜ ଆସି ତ୍ରିବେଣୀ ସଙ୍ଗମରେ କୁମ୍ଭ ବୁଡ଼ ପକାଇ ଯାଇଛନ୍ତି। ତେବେ ବୁଧବାର ଦେଶର ସବୁଠୁ ଧନାଢ୍ୟ ବ୍ୟକ୍ତି ମୁକେଶ ଅମ୍ବାନୀ ତାଙ୍କ ପରିବାର ସହ ପ୍ରୟାଗରାଜ ପହଞ୍ଚି ପୂର୍ଣ୍ଣିମା ଅବସରରେ ସଙ୍ଗମରେ ଆସ୍ଥାର ବୁଡ଼ ପକାଇଛନ୍ତି। ଏହି ଅବସରରେ ଅନନ୍ତ ଅମ୍ବାନୀ ବୁଡ଼ ପକାଇବା ବେଳେ ଏପରି ଆଚରଣ କରିଛନ୍ତି ଯାହା ଏବେ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।
ବୁଡ଼ ପକାଇବା ବେଳେ ଅନନ୍ତ ଅମ୍ବାନୀ ଏକ ଛୋଟ ଛୁଆ ପରି ପାଣିରେ ଡିଆଁକୁଦା କରିଥିଲେ। ଏଣୁ ତାଙ୍କ ସୁରକ୍ଷାରେ ମୁତୟନ କର୍ମଚାରୀମାନେ ତାଙ୍କୁ କୁମ୍ଭ ସ୍ନାନ କରିବାରେ ସହାୟତା କରୁଥିବା ଦେଖାଯାଇଛି। ଅନନ୍ତ ଅମ୍ବାନୀଙ୍କ ଏହି ସ୍ନାନ ଭିଡିଓ ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ତାହା ଭାଇରାଲ ହୋଇଯାଇଛି। ଯେଉଁଥିରେ ଅନନ୍ତ ଅମ୍ବାନୀଙ୍କୁ ତ୍ରିବେଣୀ ସଙ୍ଗମରେ ଜୋରଜୋରରେ ନାଚକୁଦ କରୁଥିବାର ଦେଖାଯାଇଛି।
Billionaire Anant Ambani has taken holy dip in Sangam with his wife....and here Nav Bouddh Binod who is working in Reliance with 12 LPA saying Mahakumbh is a gathering of the poor and illiterate.#karyağışı #KumbhMela2025 #KumbhMelaPrayagraj pic.twitter.com/oQ5HqIVZuW
— सी॰ए॰ अंकित गुप्ता 🇮🇳 (@gankitca) February 12, 2025
ମୁକେଶ ଅମ୍ବାନୀ ସଙ୍ଗମରେ ବୁଡ଼ ପକାଇବା ପାଇଁ ତାଙ୍କ ପରିବାର ସହ ପହଞ୍ଚିଥିଲେ। ତାଙ୍କ ସହ ତାଙ୍କ ବଡ଼ ପୁଅ ଆକାଶ ଅମ୍ବାନୀ, ସାନ ପୁଅ ଅନନ୍ତ ଅମ୍ବାନୀ, ବୋହୂ ରାଧିକା ମର୍ଚାଣ୍ଟ ଆଦିଙ୍କୁ ଦେଖାଯାଇଛି। ଏମାନଙ୍କୁ ସଙ୍ଗମରେ ବୁଡ଼ ପକାଉଥିବାର କ୍ୟାମେରାରେ ଉତ୍ତୋଳନ କରାଯାଇଛି। ତେବେ ଏଥିରେ ଅନନ୍ତ ଅମ୍ବାନୀଙ୍କ ସ୍ନାନ ଭିଡିଓଟି ବେଶ୍ ମଜାଦାର ହୋଇଥିବା ବେଳେ ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି। ଅନନ୍ତ ବୁଡ ପକାଇବା ପାଇଁ ସଙ୍ଗମରେ ନଦୀକୁ ଓହ୍ଲାଇଥିଲେ। ତେବେ ତା ପରର ଭିଡିଓ ସମସ୍ତଙ୍କୁ ହସିବାକୁ ବାଧ୍ୟ କରୁଛି।
ସଙ୍ଗମରେ ଅନନ୍ତଙ୍କ ଅଣ୍ଟାଏ ପାଣିରେ ଛିଡା ହୋଇଥିବା ଦେଖା ଯାଉଛି। ତେବେ ସେ ଗାଧୋଇ ପାରୁ ନାହାନ୍ତି। ଗାଧୋଇବା ପାଇଁ ସେ ଉପରକୁ ଡେଇଁ ପୁଣି ପାଣିରେ କଚାଡି ହେଉଛନ୍ତି। ଏଥିରେ ତାଙ୍କ ସୁରକ୍ଷା କର୍ମୀମାନେ ତାଙ୍କୁ ଧରି ସଙ୍ଗମ ଜଳରେ ମୁଣ୍ଡ ବୁଡାଇ ଗାଧୋଇ ଦେଉଥିବାର ଦେଖାଯାଉଛି। ଏହି ଅମୃତ ସ୍ନାନ କାଳରେ ଅମ୍ବାନୀ ପରିବାର ସହିତ ଜଣେ ପୂଜକ ମଧ୍ୟ ଥିଲେ, ଯିଏ ସଙ୍ଗମରେ ବୁଡ ପକାଇବା ବେଳେ କରାଯାଉଥିବା ଧାର୍ମିକ ଅନୁଷ୍ଠାନରେ ଅମ୍ବାନୀ ପରିବାରଙ୍କୁ ସହାୟତା କରିଛନ୍ତି।