ଭଦ୍ରକରେ ଟ୍ରିପଲ୍ ମର୍ଡର, ଗୋଟିଏ ପରେ ଗୋଟିଏ ଜୀବନ ନେଲା ନାବାଳକ !

Published By : Prameya-News7 Bureau | June 20, 2024 IST

ଭଦ୍ରକ ୨୦।୦୬ :  ଦୁଇ ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ । ଭଦ୍ରକ ଜିଲ୍ଲାରେ ଗତକାଲି ମାକୁ ଦୁଷ୍କର୍ମ ପରେ ଝିଅକୁ ପଥରରେ ଚେଛି ହତ୍ୟା ଘଟଣାରେ । ପୁଣି ମିଳିଲା ଅଭିଯୁକ୍ତ ନାବାଳକଙ୍କ ଆଇଙ୍କ ମୃତଦେହ । ସମାନ ଭାବେ ବେକକୁ ଶାଢ଼ୀରେ ଗୁଡାଇ ହତ୍ୟା କରିଛି ।  ରାଇମଣି ଛକ ନିକଟ ଏକ ବୁଦାରୁ ମିଳିଲା ଆଇ ସୁକାନ୍ତି ମୁଣ୍ଡାଙ୍କ ମୃତଦେହ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ରାଇମଣି ଛକ ନିକଟରେ ଘଟିଛି ଏହି ଅଘଟଣ । 

ଖବର ଅନୁଯାୟୀ, ଜଳଙ୍ଗା ଅଞ୍ଚଳର ସୁକାନ୍ତି ମୁଣ୍ଡା , ସ୍ୱାମୀ ରାଜୁ ମୁଣ୍ଡା ଓ ୬ ବର୍ଷୀୟ ଝିଅ ରାଇମଣି ନିକଟରେ ରହି ଦିନ ମଜୁରିଆ କାମ କରୁଥିଲେ । ବୁଧବାର ସକାଳୁ ମା ଓ ଝିଅ ମେଡିକାଲ ଯାଇଥିଲେ । ପରେ ସ୍ଥାନୀୟ ଲୋକେ ମା ସୁକାନ୍ତି ମୁଣ୍ଡାର ମୃତଦେହ ଦେଖିଥିଲେ । ସେହି ସ୍ଥାନରୁ ନାବାଳକକୁ ଦେଖି ସନ୍ଦେହ ହେବାରୁ ଲୋକେ ପୋଲିସକୁ ଖବର ଦେଇଥିଲେ । ତେବେ କିଛି ସମୟ ପରେ ମୃତ ମହିଳାଙ୍କ ୬ ବର୍ଷୀୟ ଝିଅର ମୃତଦେହ ଘଟଣାସ୍ଥଳରୁ ଏକ କିମି ଦୂରରେ ଥିବା ଏକ ପୋଲ ତଳୁ ରକ୍ତାକ୍ତ ଅବସ୍ଥାରେ ମିଳିଥିଲା । ତେବେ ସ୍ଥାନୀୟ ଲୋକେ ନାବାଳକକୁ ଗୋଡେଇ ଗୋଡ଼ାଇ ଧରି ପୋଲିସକୁ ଦେଇଥିଲେ । ମୃତକଙ୍କ ସ୍ୱାମୀଙ୍କ ଅଭିଯୋଗ ଅନୁଯାୟୀ ନାବାଳକ ଜଣକ ମହିଳାଙ୍କୁ ଦୁଷ୍କର୍ମ କରିଥିବେ ଓ ଝିଅ ଦେଖିଦେବାରୁ ଝିଅକୁ ପଥରରେ ଚେଛି ହତ୍ୟା କରାଯାଇଥିବା କହିଥିଲେ । ଘଟଣାକୁ ଗ୍ରାମାଞ୍ଚଳ ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । କିନ୍ତୁ ଆଜି ସକାଳୁ ହତ୍ୟାକାଣ୍ଡ ସ୍ଥଳରୁ କିଛି ଦୂର ଏକ ବୁଦାରୁ ଦୁର୍ଗନ୍ଧ ଆସୁଥିବା ଜାଣି ଲୋକେ ସେଠାକୁ ଯିବାରୁ ସେଠାରୁ ପୁଣି ଏକ ମୃତଦେହ ପଡିଥିବା ଦେଖିଥିଲେ । ମୃତକ ଅଭିଯୁକ୍ତ ନାବାଳକଙ୍କ ଆଇ ସୁମତି ମୁଣ୍ଡାଙ୍କର ବୋଲି ଜଣାପଡିଛି । ମୃତ ସୁମତିଙ୍କ ବେକକୁ ଶାଢ଼ୀରେ ଗୁଡାଇ ହତ୍ୟା କରାଯାଇଥିବା ବେଳେ ଶରୀରରେ କ୍ଷତ ଦାଗ ରହିଛି ଓ ବ୍ୟାଗ ମଧ୍ୟ ପଡିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ନାବାଳକଙ୍କ ସହ ଆଇଙ୍କୁ ଲୋକେ ଦୁଇ ଦିନ ପୂର୍ବରୁ ଦେଖିଥିଲେ । 

ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା, ଝିଅ ଦେଖି ଦେବାରୁ ପଥରରେ ଛେଚି ମାରିଲା ଅଭିଯୁକ୍ତ !

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.