କଟକ ୧୯।୩: ହାଇକୋର୍ଟରେ ଆପାର୍ଟମେଣ୍ଟ ପଞ୍ଜୀକରଣ ସମ୍ପର୍କିତ ମାମଲାରେ ଜବାବ ଦାଖଲ ପାଇଁ ସମୟ ନେଲେ ରାଜ୍ୟ ସରକାର । ଅନ୍ତରୀଣ ରହିତାଦେଶ ନିର୍ଦ୍ଦେଶ ବଳବତ୍ତର ରହିଛି । ଫେବୃଆରୀ ୨୦୧୭ ପୂର୍ବରୁ ନିର୍ମିତ ଆପାର୍ଟମେଣ୍ଟ ପଞ୍ଜୀକରଣ କରିବାକୁ ବିଜ୍ଞପ୍ତି ଜାରି ହୋଇଥିଲା । ବିଜ୍ଞପ୍ତି ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଲଗାଇଛନ୍ତି । ଆସନ୍ତା ସପ୍ତାହରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି ।
ସୂଚନାଯୋଗ୍ୟ ଯେ, ଆପାର୍ଟମେଣ୍ଟ ପଞ୍ଜୀକରଣ ସମ୍ପର୍କିତ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ ରହିଛି । ଗୃହ ଓ ନଗର ନିର୍ମାଣ ବିଭାଗର ଆଣିଥିବା ବିଜ୍ଞପ୍ତି ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ଗତ ଫେବୃଆରୀ ପହିଲାରେ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ଜାରି ହୋଇଥିଲା ।
୨୦୧୭ ମସିହା ପୂର୍ବରୁ ନିର୍ମାଣ ସରିଥିବା ଆପାର୍ଟମେଣ୍ଟ ଗୁଡ଼ିକର ପଞ୍ଜିକରଣ ହେବ । ବିନା ଆପାର୍ଟମେଣ୍ଟ ଆଇନ ଅନୁଯାୟୀ କରିହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ଥିଲା । କିନ୍ତୁ ରେରା ଆଇନ ଆସିବା ପୂର୍ବରୁ ଶେଷ ହୋଇଥିବା ଆପାର୍ଟମେଣ୍ଟ ମଧ୍ୟ ରେରା ଆଇନ ପରିସରଭୁକ୍ତ ହେବାର ଆବଶ୍ୟକତା ଅଛି ବୋଲି ଆବେଦନକାରୀ ବିମଳେନ୍ଦୁ ପ୍ରଧାନଙ୍କ ପକ୍ଷରୁ ଯୁକ୍ତି ରଖାଯାଇଥିଲା । ଯାହାକୁ କୋର୍ଟ ଗ୍ରହଣ କରିବା ସହିତ ସରକାରୀ ବିଜ୍ଞପ୍ତି ଉପରେ ଅଙ୍କୁଶ ଜାରି କରିଥିଲେ । ଏ ନେଇ ଜବାବ ରଖିବା ଲାଗି ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ହୋଇଥିଲା । ବୁଧବାର ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ଦିନ ଧାର୍ଯ୍ୟ କରିଥିଲେ ।
You Can Read:
କ୍ରାଇମବ୍ରାଞ୍ଚ ଟିମ୍ର ସାନି ତଦନ୍ତ ୨ୟ ଦିନରେ, ନବ ଦାସଙ୍କୁ ଚିକିତ୍ସା କରିଥିବା ଡ଼ାକ୍ତରଙ୍କୁ ପଚରାଉଚରା